ଅଧ୍ୟାପକଙ୍କ ଆତ୍ମହତ୍ୟା

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ମାଣିକନଗର ଅଂଚଳରୁ ଗୁରୁବାର ସକାଳେ ପୋଲିସ ଜୈନିକ ବ୍ୟକ୍ତିଙ୍କ ଝୁଲନ୍ତା ଗଳିତ ଶବକୁ ଉଦ୍ଧାର କରିଛି । ମୃତକ ଜଣକ ଭଦ୍ରକ ଜିଲ୍ଲା ନରସିଂହପ୍ରସାଦ ଥାନା ଦୋସିଗାଁ ଗ୍ରାମର ରାଜେନ୍ଦ୍ର କୁମାର ଭୁୟାଁ (୩୦) । ସେ କଙ୍କୋରଡ଼ା ବିଞାନ ମହାବିଦ୍ୟାଳୟରେ ପଦାର୍ଥ ବିଞାନ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଗତ ମାସ ୨୩ ତାରିଖରେ ହିଂଜିଳିକାଟୁ ପୌରାଂଚଳ ମାଣିକନଗର ୨ୟ ଲାଇନରେ ଜୈନିକ ବ୍ୟକ୍ତିଙ୍କ ଘରେ ଭଡ଼ା ସୁତ୍ରରେ ରହି ଆସୁଥିଲେ । ଗୁରୁବାର ସକାଳେ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଘର ମାଲିକ ସନ୍ଦେହ କରି ହିଂଜିଳି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ମାଜିଷ୍ଟେଟ ତଥା ତହସିଲଦାର ଗୋପିନାଥ କୁଅଁରଙ୍କ ଉପସ୍ଥିତିରେ ଘରର ଭିତରପଟ କବାଟ ତାଲା ଭାଙ୍ଗିଥିଲେ । ଘରର ସିଲିଂରେ ରଶି ସାହାର୍ଯ୍ୟରେ ଅଧ୍ୟାପକ ଜଣକ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଅଧ୍ୟାପକଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରି ନଂ- ୧୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ଅଧ୍ୟାପକ ଜଣକ ଦୀର୍ଘ ୧୮ ଦିନ ଧରି ମହାବିଦ୍ୟାଳୟକୁ ଯାଇନଥିବା କଲେଜ ଅଧ୍ୟକ୍ଷଙ୍କ ସୁତ୍ରରୁ ଜଣାପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ