ଅଧ୍ୟାପକଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର : ଅଧ୍ୟାପକଙ୍କ ଉପରେ ଅଙ୍କୁଶ ଲଗାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷକୁ ଏନେଇ ଚିଠି କରାଯାଇଛି। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଛୁଟି ମଞ୍ଜୁର ନ ହୋଇ ଛୁଟିରେ ରହିଲେ ନୋ ଓ୍ବାର୍କ ନୋ ପେ’ ଲାଗୁ ହେବ ବୋଲି ସୂଚନା ରହିଛି। କେବଳ ଉଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଅଧ୍ୟାପକ ଛୁଟି ନେଇ ପାରିବେ। ଛୁଟି ନେଇ ରାଲି, ଧାରଣା, ହରତାଳରେ ଭାଗ ନେଇ ପାରିବେ ନାହିଁ ବୋଲି ସୂଚନା ରହିଛି। ନିୟମରେ ଖିଲାପ କଲେ ଏଥିପାଇଁ କଡା ଦଣ୍ଡ ମିଳିବ। ଯଦି ଜଣେ ସରକାରୀ ଅଧ୍ୟାପକ ହୋଇଥିବେ, ତେବେ ତାଙ୍କୁ ଆଗୁଆ ଅବସର ପାଇଁ କୁହାଯିବ। ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ, ସମ୍ପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର କରାଯିବ ବୋଲି ସୂଚନା ରହିଛି। ସେହିପରି ଆନ୍ଦୋଳନରେ ସାମିଲ୍‌ ପାଇଁ ଅଧ୍ୟକ୍ଷ ଛୁଟି ଦେଇଥିଲେ ଅଧ୍ୟକ୍ଷ ଦାୟୀ ରହିବେ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ