ଅଧ୍ୟାପକମାନଙ୍କ ପାଇଁ ବାୟୋମେଟ୍ରିକ ବାଧ୍ୟତାମୁଳକ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ୫-ଟିରେ ଉଚ୍ଚ ଶିକ୍ଷା ବିଭାଗ ସାମିଲ ହେବା ପରେ ରାଜ୍ୟ ସରକାର କଡାକଡି କରିଛନ୍ତି ନିୟମ । ଏଣିକି ଅଧ୍ୟାପକ ଅଧ୍ୟାପିକାମାନେ ୭ଘଣ୍ଟା ଡିୟୁଟି କରିବା ସହ ସେମାନଙ୍କର ଡିୟୁଟି ସମୟ କଡାକଡି ଯାଞ୍ଚ କରାଯିବ । ଏହି ନିୟମକୁ କିଭଳି ଭାବେ କଡାକଡି ପାଳନ କରାଯିବ ସେନେଇ ରାଜ୍ୟ ସରକାର ଖସଡା ପ୍ରସ୍ତୁତ କରୁଛନ୍ତି । କଲେଜରେ ଅଧ୍ୟାପକ ଅଧ୍ୟାପିକାମାନେ କେତେ ସମୟ ରହୁଛନ୍ତି ସେ ବିଷୟରେ ସୁଚନା ପାଇଁ ବାୟୋମେଟ୍ରିକର ବ୍ୟବସ୍ଥା କରାଯିବ । କଲେଜକୁ ଆସିବା ଓ ଯିବା ସମୟରେ ଅଧ୍ୟାପକ ଅଧ୍ୟାପିକାମାନେ ବାୟୋମେଟ୍ରିକରେ ଫିଙ୍ଗରପ୍ରିଣ୍ଟ ଦେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା ଜାରୀ କରାଯାଇଥିଲେ ମଧ୍ୟ ପରମୁହୁର୍ତ୍ତରେ ଏହାକୁ ବିରୋଦ୍ଧ କରିଥିଲେ ଅଧ୍ୟାପକ ଅଧ୍ୟାପିକାମାନେ । କିନ୍ତୁ ୫-ଟି ଅଧିନକୁ ଉଚ୍ଚଶିକ୍ଷା ବିଭାଗ ଆସିବା ପରେ ଏହି ବ୍ୟିବସ୍ଥାକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ