ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ପ୍ରତି ଅବସର ନେଇଥିବା ପ୍ରାଧ୍ୟାପକ ବିବେକାନନ୍ଦ କର, ଝାଡୁଦାର ଦୁତିକୃଷ୍ଣ ରାଉତ ଏବଂ ରାତ୍ର ଜଗୁଆଳ ଅରସୁଲ ଗୌଡ଼ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି | ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସର ନେଇଥିବା ବ୍ୟକ୍ତିତ୍ୱ ସହିତ ସେମାନଙ୍କ ଧର୍ମ ପତ୍ନୀ ସୁଜାତା କର, ସଂଯୁକ୍ତା ରାଉତ, ଏବଂ ଶୈଳେନ୍ଦ୍ରି ଗୌଡ଼ଙ୍କୁ ମଧ୍ୟ ଉପଢୌକନ, ମାନପତ୍ର, ଉପହାର ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି ଅବସରରେ ଅନୁଷ୍ଠାନ ସହିତ ଦୀର୍ଘ ୩୫ ବର୍ଷର ସମ୍ପର୍କ ଆଲୋଚନା କରାଯାଇଥିଲା |ଏହି ଆଲୋଚନାରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ସ୍ୱରୂପାରାଣୀ ବିଶ୍ୱାଳ, ଭାରତୀ ବିଶ୍ୱାଳ, ସ୍ନିଗ୍ଧାରାଣୀ ଗଉଡ଼, ସନ୍ତୋଷୀ ପରିଡା, ସଞ୍ଜୟ କୁମାର ସାହୁ, ରମେଶ ଚନ୍ଦ୍ର ରାଉତ, ରମେଶ ଗୌଡ଼, ମହେଶ୍ୱର ଗୌଡ଼, ଦିପୁ ଭୂୟାଁ ମହେଶ୍ୱର ରାଉତ ଭାଗ ନେଇଥିଲେ |