ଅଧ୍ୟାପକ କରୋନା ପଜିଟିଭ, ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତିନିଦିନ ବନ୍ଦ  

ବୁଗୁଡା (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ କିଶୋର ଚନ୍ଦ୍ର ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଥିବା ଏପ୍ରିଲ ୦୧ ତାରିଖ ଦିନ ଜଣାପଡିଛି। ମଇ ୨୬ ତାରିଖ ଠାରୁ ଅଧ୍ୟାପକ ଶ୍ରୀ ପଣ୍ଡା ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଆସିନଥିବା ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଏହି ବିଷୟ ନେଇ ଅଧ୍ୟକ୍ଷ ଶ୍ରୀ ପାତ୍ର ବିଭିନ୍ନ ଅଧିକାରୀଙ୍କୁ ଜଣାଇଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ସମସ୍ତ ବିଷୟ ଅନୁଧ୍ୟାନ କରି ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ତିନିଦିନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ଅଧ୍ୟକ୍ଷ ତିନିଦିନ ଛୁଟି ଘୋଷଣା କରିଛନ୍ତି। ଏହି ବିଷୟ ନେଇ ବୁବୁଡ ବିଡ଼ିଓ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେଯେ ଛୁଟି ତିନି ଦିନରେ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ବିଶୋଧନ କରାଯିବ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତଙ୍କ କରୋନା ପରୀକ୍ଷା କରାଯିବ। ଏହା କରୋନାର୍ ଦ୍ଵିତୀୟ ଲହରକି ବୋଲି ପ୍ରଶ୍ନର ଉତ୍ତରରେ ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ଯେ, ଦ୍ଵିତୀୟ ଲହର ହୋଇଥିଲେ ଜିଲ୍ଲା ପ୍ରଶାସନ ନିଶ୍ଚିତ ଜଣାଇଥାନ୍ତେ। ତଥାପି ସମସ୍ତେ କରୋନା କଟକଣା ନିୟମ ମାନି ଚାଲିବାକୁ ଅନୁରୋଧ କରଥିଲେ। ଯଦି କାହାର କରୋନା ଲକ୍ଷଣ ଦେଖାଯଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ