ଅଧ୍ୟାପକ ବସନ୍ତ ମିଶ୍ର ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଯୁକ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବାବରସ୍ଥିତ ନିଗମବିହାର ଠାକୁର ନିଗମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କଲେଜ ପରିଚାଳନା ସମିତିର ସମ୍ପାଦକ ଭାବେ ସେହି ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ବସନ୍ତ କୁମାର ମିଶ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ଇତିହାସ ବିଭାଗର ଅଧ୍ୟାପକ ବିଚିତ୍ର କୁମାର ପରିଡାଙ୍କ ବିରୋଧରେ ବିଭିନ୍ନ ସଂଗୀନ ଅଭିଯୋଗ ଜିଲ୍ଲାପାଳଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କ ନିକଟରେ ମଧ୍ୟ ହୋଇଥିଲା । ସେହି ଅଭିଯୋଗ ଏବଂ କଲେଜ ପରିଚାଳନା ସମିତିର ପ୍ରସ୍ତାବ କ୍ରମେ ଶ୍ରୀ ପରିଡାଙ୍କୁ ତାଙ୍କୁ ଦାୟୀତ୍ୱରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ କଲେଜ ଇଂରାଜୀ ବିଭାଗ ଅଧ୍ୟାପକ ଶ୍ରୀ ମିଶ୍ରଙ୍କୁ ଉଚ୍ଚଶିକ୍ଷା ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ