ଅଧ୍ୟାପିକାଙ୍କ ଡକ୍ଟରେଟ ଲାଭ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଗ୍ରାମର ବ୍ରହ୍ମାନନ୍ଦ ଜେନା ଏବଂ ସ୍ବର୍ଣ୍ଣପ୍ରଭା ଜେନାଙ୍କ ବଡ଼ ଝିଅ ଲୁସିସ୍ମିତା ଜେନା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସମ୍ମାନ ଜନକ ଡକ୍ଟରେଟ(ପିଏଚଡି) ଲାଭ କରିଛନ୍ତି। ସେ ଏମରଜିଙ୍ଗ ଟ୍ରେଣ୍ଡସ ଅଫ ମଲ ଆଣ୍ଡ ଫାଷ୍ଟଫୁଡ଼ କଲଚର ଇନ ଦ ଏରା ଅଫ କନୁଜୁମର ଜିମ ଏ ସୋସିଓଲୋଜିକାଲ ସ୍ଟଡି ଇନ ଦ ଟ୍ୱେନ ସର୍ଟ ଅଫ ଓଡିଶା ସନ୍ଦର୍ଭ ଉପରେ ପ୍ରଫେସର ଡକ୍ଟର ତତ୍ୱମସି ପାଲଟାସଂ ଙ୍କ ତତ୍ୱବାଧାନରେ ଗବେଷଣା କରୁଥିଲେ। ଉକ୍ତ ସନ୍ଦର୍ଭଟି ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରଫେସର ପ୍ରଦୀପ କୁମାର ପରିଡା ଓ ସେଣ୍ଟର ଅଫ ଡେଭଲପମେଣ୍ଟ ସ୍ପିଡ଼ ବିହାର ବିଶ୍ୱ ବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡକ୍ଟର ସମାପିକା ମହାପାତ୍ରଙ୍କ ଦ୍ଵାରା ପରିକ୍ଷୀତ ଏବଂ ଉଚ୍ଚ ପ୍ରଶଂସିତ ହୋଇଛି। ଲୁସିସ୍ମିତା ଏହି ସଫଳତା ପାଇଁ ଭଗବାନଙ୍କ ସହିତ ମାତା, ପିତା, ଅଧ୍ୟାପକ, ଅଧ୍ୟାପିକାଙ୍କ ଆଶୀର୍ବାଦ ଅତୁଳନୀୟ ବୋଲି କହିଛନ୍ତି। ସେ ବର୍ତ୍ତମାନ ବିଜେପି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ନେରଡ଼ା ସରପଞ୍ଚ ଦେବଦାସୀ ଜେନା ଓ ଗ୍ରାମବାସୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।