ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ତରଫରୁ ବାସନ ସାମଗ୍ରୀ ବଣ୍ଟନ

ରାଇକିଆ (ପ୍ରଦୀପ ବେହେରା)-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍  ମଣ୍ଡାକିଆ ପଞ୍ଚାୟତର ବେଲାପାଙ୍ଗା ଗ୍ରାମରେ   ‘ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ’ ପକ୍ଷରୁ  ୩୦୦  ଗରିବ ଓ ଅସହାୟ ପରିବାରଙ୍କୁ ରୋଷେଇ ଓ ବାସନ ସାମଗ୍ରୀ  ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବେଲାପାଙ୍ଗା ସମେତ  କାମ୍ବାଗୁଡ଼ା, ପେଟାପାଙ୍ଗା, ଗଦ୍ରିଙ୍ଗିଆ, ଟଟମାହା ଏବଂ ବୁଢ଼ାମାହା ଗ୍ରାମର ଶତାଧିକ ଗରିବ ପରିବାର ଉପକୃତ ହୋଇଛନ୍ତି। ଏହି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଟ୍ରଷ୍ଟର  ବୋର୍ଡ ସଦସ୍ୟ  ବିନୟ କୀର୍ତ୍ତି ଓ ସୁଲେଖା ଦିଗାଲ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ସାମଗ୍ରୀ ପ୍ରଦାନ କରିଥିଲେ।  ରୋଜାଲିନ ଦିଗାଲ ଏବଂ କୁମାରୀ ସରିତା ନାୟକ ସକ୍ରିୟ ଭାବେ ପରିଚାଳନା ରେ  ସହଯୋଗ  କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ