ଅନନ୍ତ ସାଇ ବିଷ୍ଣୁ ଆଶ୍ରମରେ ଅଷ୍ଟମ ପ୍ରହର ନାମଯଜ୍ଞ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ପବିତ୍ର ମାଘ ସପ୍ତମୀ ଉପଲକ୍ଷେ ଓଷକଣା ପଂଚାୟତର ଓଷକଣା ଓ ନୟାସିଙ୍ଗଡା ମଧ୍ୟରେ ଅବସ୍ଥିତ ଅନନ୍ତ ସାଇ ବିଷ୍ଣୁ ଆଶ୍ରମରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଶ୍ରମର ବାବା ବୃନ୍ଦାବନ ଦାସ ମହାରାଜଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏଥିରେ ଗୋଠାଦାମଠର ମଠାଧିଶ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ,ବାବା ଦବ୍ୟକୃଷ୍ଣ ଦାସ, ନାଗା ବାବା ରାଘବ ଦାସ, ବାବା ପ୍ରହଲ୍ଲାଦ ଦାସ, ବାବା ଗୋଲେଖ ଦାସ,ସନ୍ଥ ଶିରୋମଣୀ ରାମ ଦାସଙ୍କ ସହିତ ବହୁ ସାଧୁସନ୍ତ ଯୋଗ ଦେଇଥିଲେ । ଅଷ୍ଟମ ପ୍ରହର କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ବହୁ ସଂର୍କୀତନ ମଣ୍ଡଳୀ ସାମଲି ହୋଇ ନାମ ସଂର୍କିତନ କରିଥିଲେ । ପ୍ରଥମେ ଉଭୟ ଗ୍ରାମର ମାଆମାନେ କଳସ ଯାତ୍ରା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ବିଭୁତି ଭୂଷଣ ତ୍ରିପାଠୀ,ନରେଶ କୁମାର ସ୍ୱାଇଁ, ସଂଜୟ କୁମାର ସ୍ୱାଇଁ, ନିରଂଜନ ସ୍ୱାଇଁଙ୍କ ସମେତ ଉଭୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ଧାର୍ମିକ ବାତାବରଣ ସହ ଏକ ସ୍ୱତନ୍ତ୍ର ଭାଇଚାରା ସୃଷ୍ଟି କରିଥିବାରୁ ସ୍ଥାନୀୟ ଅଂଚଳରେ ଏ ଆଶ୍ରମ ଏକ ଉଦାହରଣ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ