ଅନନ୍ୟ ପରମ୍ପରା

ଗଜପତି,(ପୂଜା ବେହେରା): କଥାଟି ଶୁଣିବାକୁ ଅଡୁଆ ହେଲେବି ସତ ଆମେ ଆପଣଙ୍କୁ ଏମିତି ଏକ ବିଷୟରେ କହୁଛୁ ଯାହା ସମସ୍ତେ ଜାଣନ୍ତି କିନ୍ତୁ ଏଇଠି କିଛି ନିଆରା ପରମ୍ପରା କହିଲେ ଚଳିବ । ଯେ କୌଣସି ସର୍ମ୍ପଦାୟ ହେଉ ଅବା ଧର୍ମ ଅତିଥିଙ୍କୁ  ସ୍ୱାଗତ କରିବା ଏକ ସାଧାରଣ କଥା, ମାତ୍ର ହିନ୍ଦୁ ପରମ୍ପରା ଅନୁଯାୟୀ ପରିବାର ଛୋଟ ଶିଶୁ ହେଉ କିମ୍ବା ନୂଆଁ ବୋହୂ ପ୍ରଥମ ଥର ଗୃହ ପ୍ରବେଶ ସମୟରେ ଯେଉଁଭଳି କାହାର ନଜର ନପଡୁ ଅବା କିଛି ଶକ୍ତିର କୁପ୍ରଭାବ ନପଡୁ ସେନେଇ ଗୃହ ପ୍ରବେଶ ସମୟରେ ବିଭିନ୍ନ ନିତି ନିୟମ ପାଳନ କରିଥାନ୍ତି କେହି କେହି ଝାଡୁକୁ ବ୍ୟବହାର କରନ୍ତି ଆଉ କେହି ଭାତ ନିମୁଶିବା ବା କେଉଁଠି କେଉଁଠି ଶୁଭ ମନାସି ହଳଦୀ ପାଣିରେ ଗୋଡ ବି ଧୋଇବା ପରମ୍ପରା ରହିଛି।  କିନ୍ତୁ ଆଦିବାସୀଙ୍କ ସ୍ବାଗତ ସମୟରେ ହେଉ ଅବା ମନ୍ଦଶକ୍ତି ଠାରୁ ଦୁରେଇ ରହିବା ପାଇଁ ଏକ ପରମ୍ପରା ରହିଛି ଯାହାକି ଅତି ନିଆରା।  ବର୍ତ୍ତମାନ ଯୁଗରେ ତାକୁ ଅନ୍ଧବିଶ୍ୱାସ କୁହାଯାଉଥିଲା ମଧ୍ୟ ବିଶ୍ୱାସର ସହ ମାନି ଚଳୁଛନ୍ତି ଆଦିବାସୀ।   ସ୍ବାଗତ ସମୟରେ ହଳଦୀ ପାଣି ବଦଳରେ ରକ୍ତ ସିଞ୍ଚନ କରୁଛନ୍ତି ପାଦରେ ଭାତ ବଦଳରେ ନିମୁଷା ଯାଉଛି କୁକୁଡା।  ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଦୀର୍ଘବର୍ଷ ପରେ ଜଗପତି ସୁଦୁର ଅରୁଆଞ୍ଚଳ ପ୍ରଦେଶରୁ ଗଜପତି ଫେରିବା ସମୟରେ, ଏବେବି ବଞ୍ଚି ରହିଛି ରାୟଗଡ ବ୍ଳକର ଉପାନ୍ତ ଅଞ୍ଚଳରେ ଏହି ପରମ୍ପରା।ପ୍ରଥମେ କୁକୁଡାକୁ ମୁଣ୍ଡ ଉପରେ ଘୁରାଇ ପରେ ତାକୁ ବଳି ଦିଆଯାଇଥିଲା ତାପରେ କୁକୁଡାର ରକ୍ତକୁ ଏକ ପାତ୍ରରେ ରଖି କୁକୁଡା ପର ସାହାର୍ଯ୍ୟରେ ପାଦ, ମୁଣ୍ଡ ,  ଆଖି ଆଦି ଅଙ୍ଗରେ ହାଲକା ଭାବରେ ସିଞ୍ଚନ କରିଥିଲେ  । ଯାହାକୁ ଆଧୁନିକ ଯୁଗରେ ଅନ୍ଧ ବିଶ୍ୱାସ କହୁଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ବିଶ୍ୱାସ ଭାବରେ ମନ୍ଦ ଶକ୍ତି ବା ଗୁଣି ଗାରେଡ଼ି ଭଳି ମନ୍ଦ ଉପାୟ ଠାରୁ ବର୍ତ୍ତିବା ପାଇଁ ପାଳନ କରିଥାନ୍ତି  ।ଅନ୍ୟ ପକ୍ଷରେ ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଯୁଗରେ ଦେଶ ଯାଈ କୌଠି ପହଞ୍ଚିଲାଣି ଲୋକେ ପୃଥିବୀ ଛାଡି ଚନ୍ଦ୍ର ପୃଷ୍ଠରେ ଘର କଲେଣି କିନ୍ତୁ ଲୋକେ ଏବେବି ପରମ୍ପରା ନାମରେ ଅବିଶ୍ୱାସକୁ ବିଶ୍ୱାସ ବୋଲି ମାନି ଚଳୁଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ