ଅନଲକ୍-୧ର ପ୍ରଥମ ସଟଡ଼ାଉନ-ହିଞ୍ଜିଳି ଖାଁ ଖାଁ
ହିଞ୍ଜିଳିକାଟୁ, (ୱାଇଏନଏସ): ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ପ୍ରତିହିତ କରିବା ଲାଗି ଯଥା ସମ୍ଭବ ଉଦ୍ୟମ ଜାରୀ ରଖିଛନ୍ତି । କରୋନାକୁ ଦୂରେଇବା ପାଇଁ ସରକାରଙ୍କ ପକ୍ଷରୁ ଗଣମାଧ୍ୟମ ଓ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କରି ଆସୁଛନ୍ତି । ବିଭିନ୍ନ ଦେଶ ଓ ବିଦେଶରୁ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ମାନେ ଫେରି ଆସିବା ପରେ ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଛି । ପେବୃୟାରୀ ୨୩ ତାରିଖ ଠାରୁ ମେ ୩୧ ମଧ୍ୟରେ ୪ଟି ପର୍ଯ୍ୟାୟ ଲକଡ଼ାଉନ ଅବଧି ଶେଷ ପରେ ଜୁନ ମାସ ପହିଲା ଠାରୁ ସରକାର ଅନଲକ୍-୧ ଆରମ୍ଭ କରିଛନ୍ତି । ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହର ୨ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିବା ସହ ସନ୍ଧ୍ୟା ୭ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅନଲକ୍-୧ର ପ୍ରଥମ ସଟଡ଼ାଉନ ଶନିବାର ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ(ଔଷଧ ଦେକାନକୁ ବାଦ୍ ଦେଇ) ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଦିନତମାମ ସମ୍ପୁର୍ଣ୍ଣ ସହର ଖାଁ ଖଁ ହୋଇ ପଡ଼ିଥିଲା । ତହସିଲଦାର ଗୋପିନାଥ କୁଅଁର ଓ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନରେ ନାକବନ୍ଦି କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାର ଦେଖିବାକୁ ମିଳିଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏସଆଇ ପ୍ରଦିପ୍ତ ଦାଶ, ବାସୁଦେବ ଭୋଇ, ମମତା ସାମନ୍ତ, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା ଓ ପୁଲିସ ଫୋର୍ସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


