ଅନଲାଇନରେ ଠକେଇ ନାଇଜେରିଆ ଯୁବକଙ୍କୁ ବାଲେଶ୍ୱର ଆଣିଲା ପୁଲିସ

ବାଲେଶ୍ୱର, (ସରୋଜ ପଣ୍ଡା) : ସୋସିଆଲ ମିଡିଆରେ ବିଦେଶୀ ମହିଳାଙ୍କ ନାମରେ ଆକାଉଣ୍ଟ ଖୋଲି ଅନଲାଇନରେ ୩୦ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ନାଇଜେରିଆ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିଛି ବାଲେଶ୍ୱର ସାଇବର ଥାନା ପୁଲିସ । ଦିଲୀ କିଶନଗଡ଼ରୁ ଗିରଫ ହୋଇଥିବା ଏହି ଯୁବକଙ୍କ ନାମ ସାମସନ ଏମିକେ ଏଲିକା । କିଶନଗଡ଼ ଅଞ୍ଚଳରେ ରହି ସୋସିଆଲ ମିଡିଆରେ ଫେକ ଆଇଡି ଜରିଆରେ ପ୍ରଥମେ ବନ୍ଧୁତା ସ୍ଥାପନ ସହ ବିଭିନ୍ନ ଆଳ ଦେଖାଇ ଅନଲାଇନରେ ଲୋକଙ୍କଠାରୁ ଅର୍ଥ ଲୁଟୁଥିଲେ ବୋଲି ପୁଲିସ ସୂଚନା ଦେଇଛି । ୩୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ସହର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଫେସବୁକରେ ଇଂଲଣ୍ଡର ଜଣେ ସୁନ୍ଦରୀ ମହିଳା ସମ୍ପୃକ୍ତ କର୍ମଚାରୀଙ୍କ ସହ ବନ୍ଧୁତା କରିଥିଲା । ପରେ ଘନିଷ୍ଠତା ବଢ଼ାଇବା ସହ ବିଭିନ୍ନ ଆଳ ଦେଖାଇ ନାଇଜେରିଆ ଯୁବକ ସାମସନ ଇଂଲଣ୍ଡ ସୁନ୍ଦରୀଙ୍କ ନାମରେ ବାଲେଶ୍ୱରର ଏହି କର୍ମଚାରୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଅନଲାଇନରେ ଠକି ନେଇଥିଲା । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ବାଳେଶ୍ୱର ସାଇବର ପୁଲିସ ସମ୍ପୃକ୍ତ ମହିଳାଙ୍କ ନାମରେ ଥିବା ଆକାଉଣ୍ଟକୁ ଫ୍ରିଜ କରିଥିଲା । ଫୋନ ନଂକୁ ଟ୍ରାକିଂ ସହ ଦିଲୀରୁ ମହିଳାଙ୍କ ନାମରେ ଆକାଉଣ୍ଟ ଖୋଲି ଠକୁଥିବା ଯୁବକ ସାମସନକୁ ପୁଲିସ ଗିରଫ କରିଥିଲା । ୩ ଦିନିଆ ରିମାଣ୍ଡରେ ଆଣି ପୁଲିସ ଏବେ ପଚରାଉଚୁରା ଆରମ୍ଭ କରିଛି । ତେବେ ଗିରଫ ନାଇଜେରିଆ ଯୁବକ ସାମସନ ଏହି ଠକେଇ ବାବଦରେ ସବୁକିଛି ମାନିଥିବା ପୁଲିସ ପ୍ରକାଶ କରିଛି । ୨୦୧୮ ମସିହାରୁ ତାର ଭିସା ଓ ପାସପୋର୍ଟ ଅବଧି ଶେଷ ହୋଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ