ଅନଲାଇନରେ ପଟ୍ଟା ଓ ନକ୍ସା ଉପଲବ୍ଧ ନହେବାକୁ ନେଇ ଅସନ୍ତୋଷ

ହାଟହିହି,(ବିକାଶ ବିଶ୍ୱାଳ) : ହାଟଡିହି ସଢ଼ା ମୌଜାରେ ଦୀର୍ଘବର୍ଷ ହେଲା ପଟ୍ଟା ଓ ନକ୍ସା ଅନଲାଇନରେ ଉପଲବ୍ଧ ହେଉନଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁନେଇ ଗ୍ରାମବାସୀମାନେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିବାସହ ଏହାର ସମାଧାନ ପାଇଁ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସଢ଼ା ମୌଜାରେ ଚକବନ୍ଦି ସମୟରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଗ୍ରାମବାସୀମାନେ ଏନେଇ ଅଭିଯୋଗ କରି କିଛି ଫଳ ନପାଇବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୧୯୭୫ ସେଟଲମେଣ୍ଟ ଅନୁଯାଇ କାର୍ଯ୍ୟ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାଇ ଗତ ୧/୪/୨୦୧୭ରେ ସେଟଲମେଣ୍ଟ ଅଫିସର କ୍ୟାମ୍ପକରି ସଂଶୋଧନ କରି ପଟ୍ଟା ବଣ୍ଟନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପଟ୍ଟା ଓ ନକ୍ସାକୁ ଅନଲାଇନରେ କାର୍ଯ୍ୟକାରୀ କରାଯାଉ ନାହିଁ । ଫଳରେ ଚାଷୀ ଜମି ମାଲିକ, ଜମି ଭାଗବଣ୍ଟା ଠାରୁ ଆରମ୍ଭ କିଣାବିକା ପର୍ଯ୍ୟନ୍ତ ହୋଇ ପାରୁନି । ଯାହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇବାସହ ଗ୍ରାମର ଭଗବାନ ସ୍ୱାଇଁ, ଡମ୍ବରୁଧର ପାତ୍ର, ରାମଚନ୍ଦ୍ର ସାମଲ, ବିଜୟ କୁମାର ଦାସ, କମଳା ବେହେରା, ଆନନ୍ଦ ଚନ୍ଦ୍ର ଜେନା, ବନମାଳୀ ଦାସ, ଅକ୍ଷୟ ବାରିକଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ତାଙ୍କର ଏହି ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ