ଅନଲାଇନରେ ଲିକ୍ ହେଲା ହ୍ରିତିକ୍ ରୋଶନ୍ ଏବଂ ଟାଇଗର୍ ଶ୍ରଫଙ୍କ ଅଭିନୀତ ୱାର୍’ !

ବଲିଉଡ ଷ୍ଟାର୍ ହ୍ରିତିକ୍ ରୋଶନ୍ ଏବଂ ଟାଇଗର୍ ଶ୍ରଫଙ୍କ ଅଭିନୀତ ହିଟ୍ ସିନେମା ‘ୱାର୍’ ରିଲିଜ୍ ହେବାର ଗୋଟଏ ଦିନ ପରେ ଅନଲାଇନ ଲିକ୍ ହୋଇଥିବା କୁହାଯାଉଛି । ଏହି ସିନେମାକୁ ପାଇରେସି ପାଇଁ କୁଖ୍ୟାତ ୱେବସାଇଟ ତାମିଲ ରକର୍ସ ହିଁ ଅନଲାଇନ ଲିକ୍ କରିଛି । ଅନଲାଇନରେ ‘ୱାର୍’ର ଏଚଡି ପ୍ରିଣ୍ଟ ଲିକ୍ ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଅକ୍ଟାବର ୨ ତାରିଖରେ ରିଲିଜ୍ ହୋଇଥିବା ‘ୱାର୍’ ପ୍ରଥମ ଦିନ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୫୩ କୋଟି ଟଙ୍କାର ଆୟ କରିଛି । କେବଳ ହିନ୍ଦୀ ଭର୍ସନରେ ଏତିକି ପରିମାଣର ଅର୍ଥ ମିଳିଛି । ହେଲେ ଅନ୍ୟ ଭାଷାର ବ୍ୟବସାୟକୁ ମିଶାଇଲେ ଏହାର ପରିମାଣ ୫୫ କୋଟି ବୋଲି କୁହାଯାଉଛି । ଦ୍ୱିତୀୟ ଦିନ ବି ଏହା ୨୩.୧୦ କୋଟି ଟଙ୍କା ଆୟ କରିଛି । ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ -ଶେଖର୍ ।
ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆକ୍ସନ୍-ଥ୍ରୀଲର୍ ଫିଲ୍ମ ‘ୱାର୍’ରେ ଦେଖିବାକୁ ମିଳିଛି ଏହି ଦୁଇ ଜଣ ସୁପରଷ୍ଟାରଙ୍କ ଧୁମ୍ – ଧଡକା ଆକ୍ସନ୍ । ଏଥିରେ ହ୍ରିତିକ୍ ରୋଶନ୍, ଟାଇଗର୍ ଶ୍ରଫଙ୍କ ସହ ବାଣୀ କପୁରଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ହ୍ରିତିକ୍ ରୋଶନଙ୍କୁ ସ୍ପେଶାଲ୍ ଫୋର୍ସର କମାଣ୍ଡୋ “କବିର୍’ ଭାବେ ଦେଖିବାକୁ ମିଳିଛି । ଆଉ ତାଙ୍କୁ ମାରିବା ପାଇଁ ସ୍ପେଶାଲ୍ ଫୋର୍ସର ଅନ୍ୟ ଜଣେ ଦକ୍ଷ କମାଣ୍ଡୋ ଖାଲିଦକୁ ନିୟୋଜିତ କରାଯାଏ । ସିନେମାରେ କବିର୍ ଚରିତ୍ରରେ ହ୍ରିତିକ୍ ଓ ଖାଲିଦ୍ ଚରିତ୍ରରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଦେଖିବାକୁ ମିଳିଛି । ପରଦାରେ ପରସ୍ପରର ଶତ୍ରୁ ଭାବେ ନଜର ଆସିଛନ୍ତି ହ୍ରିତିକ୍ – ଟାଇଗର୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ