ଅନଲାଇନରେ ଶ୍ରମିକ କରିପାରିବେ ଅଭିଯୋଗ

ଭୁବନେଶ୍ୱର: ଏଣିକି ଅନଲାଇନରେ ଅଭିଯୋଗ କରିପାରିବେ ଶ୍ରମିକ । ଖାଲି ଅଭିଯୋଗ କାହିଁକି ଅନଲାଇନରେ ଏହାର ସ୍ଥିତି ସମ୍ବନ୍ଧରେ ବି ଜାଣିପାରିବେ । ଏଥିପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନରେ ବିଭାଗ ପକ୍ଷରୁ ‘ଶ୍ରମ କେସ୍‍ ପୋର୍ଟାଲ’ର ଶୁଭାରମ୍ଭ ହୋଇଛି । ପୋର୍ଟାଲ ଜରିଆରେ ଶ୍ରମିକମାନେ ଅନଲାଇନରେ କେସ କରିପାରିବେ । ପରେ ସେମାନଙ୍କ ପାଖକୁ ଏସଏମଏସ ଜରିଆରେ କରିଥିବା ମାମଲାର ବିବରଣୀ, ତାରିଖ ଆଦି ପଠାଯିବ । ଏହା ଦ୍ୱାରା ଶ୍ରମିକମାନେ ସେମାନଙ୍କର ତଥ୍ୟ ହାସଲ କରିବା ସହ ଠିକ୍‍ ସମୟରେ ଉପକୃତ ହୋଇପାରିବେ । ପୂର୍ବରୁ ଶ୍ରମିକମାନେ କେସ୍‍ ବିଷୟରେ ଅବଗତ ହୋଇପାରୁନଥିଲେ । ବର୍ତ୍ତମାନ ଏହି ପୋର୍ଟାଲ ମାଧ୍ୟମରେ କେସର ସବିଶେଷ ବିବରଣୀ ସେମାନଙ୍କ ମୋବାଇଲ ଫୋନ୍କୁର ପଠାଯିବ । ବିଭିନ୍ନ ଶ୍ରମିକମାନେ କର୍ମଚାରୀ କ୍ଷତିପୂରଣ ଆଇନ ୧୯୨୩ ଅନୁଯାୟୀ ସମସ୍ତ ସୁବିଧା ପାରିବେ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ