ଅନଲାଇନ୍‌ରେ ମିଳିବ ବିଦେଶୀ ମଦ

ମଧ୍ୟପ୍ରଦେଶ : ଏବେ ଅନ୍‌ଲାଇନ୍‌ରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତିକୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍‌ କ୍ରୟ କରାଯାଇପାରିବ। ଏହି ନୀତିରେ ଭାରତୀୟ ମଦ ସାମିଲ୍‌ ହୋଇନାହିଁ। ଏହା ବ୍ୟତୀତ ମଦର ଅବୈଧ ବିକ୍ରି ପାଇଁ ପ୍ରତ୍ୟେକ ମଦ ବୋତଲ ଉପରେ ବାର୍‌ କୋଡ୍‌ ଲଗାଯିବାର ନିଷ୍ପତ୍ତି ନିଆଯାଇଛି।
ଏହା ସହିତ ଅଙ୍ଗୁରରୁ ପ୍ରସ୍ତୁତ ଓ୍ବାଇନ୍‌ର ପ୍ରସାର ପାଇଁ ପର୍ଯ୍ୟଟନ ସ୍ଥଳଗୁଡିକରେ ୧୫ଟି ନୂତନ ଓ୍ବାଇନ୍‌ ଶାଖା ଖୋଲା ହେବ। ଶନିବାର ଦିନ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ରାଜ୍ୟର ରାଜସ୍ବ ବଢାଇବା ପାଇଁ ସମସ୍ତ ୨୫୪୪ ଦେଶ ମଦ ଦୋକାନ ଓ ରାଜ୍ୟରେ ସଞ୍ଚାଳିତ ୧୦୬୧ ବିଦେଶୀ ମଦ ଦୋକାନକୁ ପିଛିଲା ବର୍ଷରୁ ବାର୍ଷିକ ଶୁଳ୍କରେ ୨୫ ପ୍ରତିଶତ ବୃଦ୍ଧି ସହିତ ଚଲାଇବାର ଯୋଜନା କରାଯାଇଛି । ପୂର୍ବରୁ ମଦ ଦେକାନର ପାଞ୍ଚ ମିଟର ଭିତରେ ଯଦି ଆଉ କୌଣସି ମଦ ଦୋକାନ ନାହିଁ, ତେବେ ମଦର ଉପଦୋକାନ ଖୋଲା ଯାଇପାରିବ ବୋଲି ଅବକାରୀ ବିଭାଗ ପ୍ରସ୍ତାବ ଦେଇଥିଲା । କିନ୍ତୁ ଏହି ପ୍ରସ୍ତାବକୁ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର କିଛି ମନ୍ତ୍ରୀମାନେ ବିରୋଧ କରିଥିଲେ। ସେହିପରି ଅନ୍‌ଲାଇନ୍‌ ବିଦେଶୀ ମଦର ଡେଲିଭରିକୁ ନେଇ ବିଜେପି ଘୋର ବିରୋଧ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ