ଅନଲାଇନ ଅଡିଟ ପ୍ରଶିକ୍ଷଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା): ଭଣ୍ଡାରିପୋଖରୀ ପଞ୍ଚାୟତସମିତି ସଭାଗୃହ ମଧ୍ୟରେ ଆର୍ଥିକ ସୁପରିଚାଳନା ପାଇଁ ଅନଲାଇନ ଅଡିଟ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ହିସାବରକ୍ଷକ ଗିରିଜା ଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଅର୍ଥ ବିଭାଗର ଅଡିଟ ଅଧିକାରୀ ଚିତ୍ତରଞ୍ଜନ ପାଢୀ ଓ ଅନ୍ୟ ସହଯୋଗୀ ଅଧିକାରୀମାନେ ଅନଲାଇନ ଅଡିଟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଶେଷକରି ଆର୍ଥିକ ସୁପରିଚାଳନା ଓ ଅର୍ଥ ବିନିଯୋଗ ସମ୍ପର୍କିୟ ସବିଶେଷ ତଥ୍ୟ ଅନଲାଇନ ଅଡିଟ ମାଧ୍ୟମରେ କେଉଁଭଳି ପ୍ରଦାନ କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ