ଅନଲାଇନ ଡ୍ୟାନ୍ସ କ୍ଲାସ ଆରମ୍ଭ କରିବେ ମାଧୁରୀ

ବଲିଉଡରେ ପରଫେକ୍ଟ ଏକ୍ସପ୍ରେସନ ସହିତ ଡ୍ୟାନ୍ସ କରିବାରେ ବଉିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଆଜି ଯାଏ କେହି ଟକ୍କର ଦେଇପାରି ନାହାନ୍ତି। ଏହି କାରଣରୁ ବଲିଉଡର ସେ ଏକମାତ୍ର ଅଭିନେତ୍ରୀ ଯିଏ ହେଲେନଙ୍କ ପରେ ଏବେ ବି ଶୀର୍ଷରେ ରହିଛନ୍ତି। ମାଧୁରୀ ଏବେ ନିଜର ଏହି ଏକ୍ସପ୍ରେସନ ସହିତ ଡ୍ୟାନ୍ସ ଶିଖିବାର ସୁଯୋଗ ସମସ୍ତଙ୍କୁ ଦେବାକୁ ଯାଉଛନ୍ତି। ଏଥିପାଇଁ ସେ ଅନଲାଇନ କ୍ଲାସ ଦେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ସେ ସପ୍ତାହରେ ଦୁଇଟି କ୍ଲାସ ମାଗଣାରେ ଦେବେ। ଏହି ଅନଲାଇନ କ୍ଲାସରେ ଆପଣ ଅନେକ ଲୋକପ୍ରିୟ କୋରିଓଗ୍ରାଫରଙ୍କ ଠାରୁ ମଧ୍ୟ ବହୁ କିଛି ଶିଖିବାକୁ ପାଇବେ।
ମାଧୁରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ନିଜ ଅନଲାଇନ କୋର୍ସ ସମ୍ପର୍କରେ ପୂରା ସୂଚନା ଦେଇଛନ୍ତି। ମାଧୁରୀ ଡ୍ୟାନ୍ସକୁ ସବୁଠାରୁ ବେଷ୍ଟ ୱାର୍କ ଆଉଟ ବୋଲି କହନ୍ତି। ସେ କହନ୍ତି, ଲକଡାଉନ ସମୟରେ ଡ୍ୟାନ୍ସ କେବଳ ଆପଣଙ୍କ ପାଇଁ ଭଲ ବ୍ୟାୟାମ ନୁହେଁ, ବରଂ ଏହା ଆପଣଙ୍କ ମୁଡ୍‌କୁ ମଧ୍ୟ ଖୁସି କରିଥାଏ। ମାଧୁରୀ ଇନଷ୍ଟାଗ୍ରାମ ଭିଡିଓରେ କହିଛନ୍ତି ଯେ ଘରେ ବସି ଆପଣ dancewithmadhuri.com ଜରିଆରେ ଡ୍ୟାନ୍ସ ଶିଖିପାରିବେ। ଅନଲାଇନ କୋର୍ସ ଶିଖିବା ପାଇଁ ମାଧୁରୀଙ୍କ ସହିତ କଥକ ସମ୍ରାଟ ବିରଜୁ ମହାରାଜ, ସରୋଜ ଖାନ, ଟେରେନ୍ସ ଲିୱିସ ଓ ରେମୋ ଡି’ସୁଜାଙ୍କ ଭଳି ଲୋକପ୍ରିୟ କୋରିଓଗ୍ରାଫର ମଧ୍ୟ ନଜର ଆସିବେ। ମାଧୁରୀଙ୍କ ଅନଲାଇନ ଡ୍ୟାନ୍ସ ଏକାଡେମୀ ଦ୍ବାରା ପ୍ରତ୍ୟେକ ସପ୍ତାହରେ ଦୁଇଟି କ୍ଲାସ ଦିଆଯିବ। ମାଧୁରୀ କହନ୍ତି ସେ ତାଙ୍କ କ୍ଲାସ ଜରିଆରେ ଲୋକେ ନିଜ ଘରେ ଖୁସି ଓ ଫିଟ୍‌ ରହନ୍ତୁ ବୋଲି ଚାହାନ୍ତି। ଡ୍ୟାନ୍ସ ଶିଖିବାକୁ ଚାହୁଥିବା ଭ୍ୟୁଅର୍ସଙ୍କୁ ସବ୍‌ସ୍କ୍ରିପସନ ଜିତିବାର ସୁଯୋଗ ମିଳିବ। କେବଳ ସେତିକି ନୁହେଁ, ସେମାନେ ନିଜ ଭିଡିଓ କ୍ଲିପ୍ ମଧ୍ୟ ଅପଲୋଡ କରିବାର ସୁଯୋଗ ମିଳିବ। ଏଥିସହ କ୍ଲାସ କରୁଥିବା ଲୋକଙ୍କୁ ମାଧୁରୀଙ୍କ ସହିତ ଭିଡିଓ ଚାଟ କରିବାର ସୁଯୋଗ ମିଳିପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ