ଅନଲାଇନ ପରୀକ୍ଷା ଦାବିରେ ରାଇରଙ୍ଗପୁର ମହାବିଦ୍ୟାଳୟ ଯୁକ୍ତ ୩ର ଦିତୀୟ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ଧାରଣା

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ସାରା ପୃଥୀବିରେ କରୋନା ସଂକ୍ରମଣର ଦିତୀୟ ଲହରୀ ହୁ ହୁ ବୃଦ୍ଧି ପାଉଛି ।ଏହାର ଭୟାବହତା ସମସ୍ତଙ୍କୁ ଅଛପା ନାହିଁ ।ଏଭଳି ପରିସ୍ଥିତିରେ ରାଇରଙ୍ଗପୁର ମହାବିଦ୍ୟାଳୟ କତୃପକ୍ଷ ଅଫ ଲାଇନରେ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରିଛନ୍ତି । ରାଇରଙ୍ଗପୁର ମହାବିଦ୍ୟାଳୟର ୩ /୪ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମଣରେ ସଂକ୍ରମିତ ଅଛନ୍ତି । ମହାବିଦ୍ୟାଳୟ ତରଫରୁ ସାନିଟାଇଜେସନ କରାଯିବା ପାଇଁ ଦାବି କରଯାଇଛି ।ଯଦି ଅଫ୍ ଲାଇନ୍ ପରୀକ୍ଷା ହୁଏ ବାହାରେ ରହୁଥିବା ଛାତ୍ରଛାତ୍ରୀମାନେ ଆସି ସମସ୍ତଙ୍କ ସହ ମିଶି,ବସି ପରୀକ୍ଷା ଦେବେ ତଦସହ ମାଗଣାରେ କରୋନା ପ୍ରସାର ସହ ବାଣ୍ଟିବା ହେବ । ଏଣେ କ୍ଲାସ ୭୦ ଭାଗ ପାଠ ପଢ଼ାଯାଉଛି । ବାକି ପାଠ ଗାଈ ଗୋଡାଇବାର ଭଳି ପଢଯାଉଛି ତେଣୁ ଆଗକୁ କରୋନା ସଂକ୍ରମଣରୁ ଅମୂଲ୍ୟ ଜୀବନ ସୁରକ୍ଷା ଦେବା ସହ ଯେତିକି ପଢ଼ାଯାଉଛି ତାହାରି ମଧ୍ୟରୁ ଅନ ଲାଇନ ପରୀକ୍ଷା ହେଉ ବୋଲି ଛାତ୍ରମାନେ ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ କୁବେର ମହାନ୍ତଙ୍କ ଦ୍ବାରା ଉତ୍ତର ଓଡିଶା କୁଳପତିଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧ୍ୟକ୍ଷ ମେଲରେ ଉଚ୍ଚ କତୃପକ୍ଷଙ୍କୁ ପଠାଇଥିବା କାଗଜ ଛାତ୍ରଛାତ୍ରୀମାନଙ୍କୁ ଦେଖାଇବା ଛାତ୍ରଛାତ୍ରୀ ପରେ ଆନ୍ଦୋଳନରୁ ଓହରି ଯିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ