ଅନଲାଇନ ପରୀକ୍ଷା ପାଇଁ ଦାବି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଏବେ ସରକାର ୟୁଜି ପ୍ରଥମ ବର୍ଷ ପରୀକ୍ଷା ଅଫଲାଇନରେ କରିବାକୁ ଘୋଷଣା କରିଛନ୍ତି । ଯଦିଓ ପରୀକ୍ଷା ଅଫଲାଇନ କି ଅନଲାଇନ ହେବ ତାହା ସଂପୃକ୍ତ ମହାବିଦ୍ୟାଳୟ ଉପରେ ନିର୍ଭର କରିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି ତଥାପି କିଛି ମହାବିଦ୍ୟାଳୟ ଅଫଲାଇନ ପରୀକ୍ଷା କରିବାକୁ ମନସ୍ଥ କରିଛନ୍ତି । ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷ ନାମ ଲେଖାଇବା ଦିନ ଠାରୁ ଏଯାଏଁ ଅଫଲାଇନ କ୍ଲାସ କରିନାହାଁନ୍ତି । କରୋନା ମହାମାରୀ ପାଇଁ କଲେଜ ଲାଇବ୍ରେରୀରୁ ପୁସ୍ତକ ସଂଗ୍ରହ କରିବା ବିଦ୍ୟାର୍ଥୀଙ୍କ ପକ୍ଷେ ସମ୍ଭବ ହୋଇନଥିବାବେଳେ କେବଳ ସ୍ୱଳ୍ପ ଦିନ ଅନଲାଇନରେ ପାଠ ପଢିଛନ୍ତି । ଏହାଛଡା ଅଫଲାଇନ ପରୀକ୍ଷା ହେଲେ କରୋନା ସଂକ୍ରମଣର ଭୟ ମଧ୍ୟ ରହୁଛି । ତେଣୁ ଅନଲାଇନ ପରୀକ୍ଷା ପାଇଁ ଏବେ ଅନେକ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ନାଆମୀ ମହାବିଦ୍ୟାଳୟର ୟୁଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାକୁ ଅମଙ୍ଗ ଥିବାବେଳେ ଅନଲାଇନ ପରୀକ୍ଷା ପାଇଁ ସେ ମହାବିଦ୍ୟାଳୟ ଜରିଆରେ ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।