ଅନଲାଇନ ଶିକ୍ଷା ଦାନ ଆରମ୍ଭ କଲା ଭଞ୍ଜନଗର ଡି.ଏ.ଭି ପବ୍ଲିକ ସ୍କୁଲ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ସହରର ଏକ ପ୍ରତିଷ୍ଠିତ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡି ଏ ଭି ପଣ୍ଡିତ ଶ୍ରୀଧର ରଥ ପବ୍ଲିକ ସ୍କୁଲରେ ଆଜି ଠାରୁ ୨ୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ପାଠ୍ୟକ୍ରମ ନିମନ୍ତେ ଅନ ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି।ବର୍ତ୍ତମାନ କରୋନା ଭୂତାଣୁ କୁ ନେଇ ସାରା ଦେଶରେ ଲକ ଡ଼ାଉନ ଘୋଷଣା ହେବାପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।ଦିନ କୁ ଦିନ ଦେଶରେ କରୋନା ଭୁତାଣୁ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୪ତାରିଖ ପରେ ସ୍ଥିତି ବିଚାର ହେବ ବୋଲି ସରକାର କହିଥିବା ବେଳେ ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଘରେ ରହି ଅନଲାଇନ ରେ ପାଠ ପଢ଼ି ବାକୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ପିଲାମାନଙ୍କ ଶିକ୍ଷା କୁ ନେଇ ଅଭିଭାବକ ମହଲରେ ଚିନ୍ତା ବଢ଼ିଛି।ତେଣୁ ଆଜି ଡି ଏ ଭି ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷକ ମାନେ ଏହାକୁ ଦୃଷ୍ଟିରେ ରଖି ଅନ ଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଛାତ୍ର ଛାତ୍ରୀ ମାନେ ଘରେ ରହି ଇଣ୍ଟରନେଟ ରେ ପାଠ ପଢିବାର ଏହି ଶିକ୍ଷା ବ୍ୟବସ୍ଥା ଛାତ୍ର ଛାତ୍ରୀ ଙ୍କ ପାଇଁ ବେଶ ଫଳପ୍ରଦ ହେବ ତେଣୁ ଅଭିଭାବକ ମାନେ ମଧ୍ୟ ଏଥିରେ ନିଜ ପିଲା ମାନକୁ ସହଯୋଗ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।


