ଅନଶନରେ ବସିଥିବା ସମାଜସେବୀ ଶ୍ରୀକାନ୍ତଙ୍କୁ ଉଠାଇନେଲା ପୋଲିସ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଗରାପୁର କୋଠିଛକ ନିକଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ରାଜକନିକା ର ଭାରିଗଦା ସ୍ଥିତ ଖରସ୍ରୋତା ନଦୀ ଜଳ ପ୍ରକଳ୍ପକୁ ବିରୋଧକରି ଗତ ୧୦ତାରିଖ ଠାରୁ ଅନଶନରେ ବସିଥିବା ସମାଜସେବୀ ଶ୍ରୀକାନ୍ତ ନାୟକଙ୍କୁ ରବିବାର ଅପରାହ୍ନରେ ପୋଲିସ ଉଠାଇନେଇଥିବା ଜଣାପଡିଛି । ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ପବିତ୍ର ମହାରଣା, ପୋଲିସ ଫୋର୍ସ ସହିତ ଅନଶନସ୍ଥଳରେ ପହଞ୍ଚି ଶ୍ରୀ ନାୟକଙ୍କୁ ଯୋରଜବରଦସ୍ତ ଅନଶନସ୍ଥଳରୁ ଉଠାଇ ନେଇଥିଲା । ୬ଦିନ ଧରି ଅନଶନରେ ବସିଥିବା ଶ୍ରୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବାକୁ ଘଟଣାସ୍ଥଳକୁ କୈାଣସି ଡାକ୍ତରୀ ଟିମ ଆସିନଥିବା ବେଳେ ହଠାତ ତାଙ୍କୁ ଏଭଳି ଭାବରେ ଅନଶନସ୍ଥଳରୁ ପୋଲିସ ଲଗାଇ ଉଠାଇନେବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ହେନ୍ତାଳବନର ସୁରକ୍ଷା ପାଇଁ ଅନଶନରେ ବସିଥିବା ଶ୍ରୀ ନାୟକଙ୍କୁ ଉଠାଇନେଇ ପୋଲିସ ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ଷ୍ଟାର ରିପୋର୍ଟର ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ