ଅନସ୍ଲୋ ଅନୁଷ୍ଠାନ ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌); ରାଜ୍ୟର ସର୍ବ ପୁରାତନ ହାଇସ୍କୁଲ ଅନସ୍ଲୋ ଅନୁଷ୍ଠାନ ର ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦ ପ୍ରାଙ୍ଗଣରେ ସୟଦ ମୁକ୍ତାର, ମାଧବ ମହାପାତ୍ର ଓ ବିବେକାନନ୍ଦ ପଟ୍ଟନାୟକଙ୍କ ପୈାରହିତ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବନ୍ଧୁଭାବର ଆଦାନ ପ୍ରଦାନ କରିଥିଲେ । ଏହାସହ ପୂରୁଣା ସ୍ମୃତି ଉପରେ ଜଣେ ଆଲୋକପାତ କରିବା ସହ ଏନେଇ ସର୍ବସମ୍ମତିକ୍ରମେ ଏକ ସଂଘ ଗଠିତ ହୋଇଥିଲା । ଏଥିରେ ସଭାପତି ଭାବେ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ମାଧବ ମହାପାତ୍ର, ସାଧାରଣ ସଂପାଦକ ଭାବେ ବିବେକାନନ୍ଦ ପଟ୍ଟନାୟକ, ସହ-ସଂପାଦକ ଭାବେ ସୟଦ ମୁକ୍ତାର, କୋଷାଧ୍ୟକ୍ଷ ଭାବେ ଦୀନେଶ ଅଗ୍ରୱାଲ ଏବଂ ଆଇନ ପରାମର୍ଶ ଦାତା ଭାବେ ପ୍ରଭୂଦାନ ପଟ୍ଟନାୟକ ମନୋନୀତ କରାଯାଇଥିଲ।। ସଂକ୍ରୀୟ ସଭ୍ୟ ଭାବେ ଟି.ଗୁରୁପ୍ରିୟ ଆଚାରୀ, ଲକ୍ଷ୍ମୀନାର।।ୟଣ ବେହେରା, ଜହନ ଶବର, ମନମୋହନ ସାମଲ(ସୁକୁଟା) , ସରୋଜ ଶତପଥୀ, ସନ୍ତୋଷ ରଥ , ହରିଶଙ୍କର ସାହୁ ମନୋନୀତ ହୋଇଛନ୍ତି । ଏହି ୧୯୯୬ ବ୍ୟାଚର ପୁରାତନ ଛାତ୍ରସଂଘ ପକ୍ଷରୁ ଆଗାମୀ ଦିନରେ ଅନସ୍ଲୋ ଅନୁଷ୍ଠାନକୁ ଏକ ଫିଜର ପ୍ରଦାନ କରାଯିବ । ଏହାସହ ସଂଘର ଏକ ନିଜସ୍ୱ କୋଠା ନିର୍ମାଣ କରାଯିବ ବୋଲି ସଭ୍ୟ ମାନେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ ବେହେରା, ସତ୍ୟବ୍ରତ ମହାପାତ୍ର, ଟି.ଗଣପତି ରେଡ୍ଡୀ, ସିମାଚଂଳ ରାଉତ, ଦୁର୍ଗା ପଲାଇ, ସନ୍ତୋଷ ସାହୁ, ପ୍ରଭାତ ଦାସ, ରଂଜିତ ଗୈାଡ, ନଳନୀକାନ୍ତ ପାଣିଗ୍ରାହି, ମଲୟ ଆଚାରୀ, ଅରୁଣ କୁମାର ଦାସ, ଦେବାଶିଷ ଗୈାଡ, ଅକ୍ଷୟ ବେହେରା, ଲୋକନାଥ ରେଡ୍ଡୀ, ସୁରେନ୍ଦ୍ର ବେହେରା, କୁଲୁ ମହାନ୍ତି , ଶ୍ରୀନୁ, ଜୟଶ୍ରୀଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ