ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡାଙ୍କ ପୈାରହିତ୍ୟରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ଉପରେ ଶପଥ ପାଠ କରାଯାଇଥିବା ବେଳେ ସେମାନଙ୍କୁ ପରିମଳ ଓ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା କରାଯାଇଥିଲା । ଛାତ୍ରୀ ସ୍ନେହା ରଥ ଶପଥ ପାଠ ର ସନ୍ଦର୍ଭ ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ପଲାଇ ସଂଯୋଜନା କରିଥିବା ବେଳେ ଶିକ୍ଷକ ଦାମୋଦର ପାଢୀ, ବିଜ୍ଞାନ ଶିକ୍ଷୟତ୍ରୀ ଅମୃତା ପାଣିଗ୍ରାହୀ, ସନ୍ତୋଷ କୁମାର ବେହେରା, କ୍ରୀଡା ଶିକ୍ଷକ ତଥା ଏନସିସି ଅଫିସର ଅରୁଣ କୁମାର ମାନସିଂହ, ବ୍ଲେସି ପ୍ରଧାନ, ରୋଜା ସାହୁ, ସୁଚିତ୍ରା ପାଣିଗ୍ରାହୀ, ଦେବସ୍ମିତା ମହାନ୍ତି ଓ ସନ୍ଧ୍ୟା ରାଣୀ ଖାଡଙ୍ଗା ପ୍ରମୁଖ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ