ଅନସ୍ଲୋ ହାଇସ୍କୁଲ ପରିସରରେ ଶିକ୍ଷକ ଅଭିଭାବକ ମଂଚର ବୈଠକ

ଗଞ୍ଜାମ ( ଯୁଗାବ୍ଦ ନ୍ୟୁଜ ) ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୁପକ୍ଷ ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁଯାଇ ଆଜି ପୁର୍ବାହ୍ନ ସମୟରେ ଅନସ୍ଲୋ ହାଇସ୍କୁଲ ପରିସରରେ ଶିକ୍ଷକ ଅଭିଭାବକ ମଂଚର ବୈଠକ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ନମିତା ଦେଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ.ଏମ.ସି ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାମଲ ଙ୍କ ସମେତ ବହୁ ସଂଖ୍ୟାରେ ଅଭିଭାବକ ସାମିଲ ହୋଇଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଜଗଦିଶ ଚନ୍ଦ୍ର ପଲେଇ ସର୍ବପ୍ରଥମେ ଏହି ବୈଠକର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ହାଡିବନ୍ଧୁ ପଟ୍ଟନାୟକ ବୈଠକରେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ