ଅନସ୍ଲୋ ହାଇସ୍କୁଲ ପରିସରରେ ଅଭିଭାବକ ଓ ଶିକ୍ଷକ ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ଅନସ୍ଲୋ୍ ହାଇସ୍କୁଲ ପରିସରରେ ଅଭିଭାବକ ଓ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ(ପିଟିଏମ୍) ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାତ୍ୟାୟନୀ ନନ୍ଦୀ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ସାମଲ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବାଉରିବନ୍ଧୁ ପଣ୍ଡା, ଜଗଦୀଶ ଚନ୍ଦ୍ର ପଲେଇ, ବିଦ୍ୟାଧର ଦାଶ ଓ ଶିକ୍ଷୟିତ୍ରୀ ଅମୃତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗେଇଥିଲେ । ୧୦୦ ଦିନିଆ ପାଠ୍ୟ ଖସଡା, ପରୀକ୍ଷା ଦର୍ପଣ, କୋଭିଡ୍-୧୯ର ନିୟମାବଳୀ ଓ ବିଦ୍ୟାଳୟ ସୁରକ୍ଷା ଏବଂ ଉନ୍ନତିକରଣ ଉପରେ ବରିଷ୍ଠ ଶିକ୍ଷକ ଜଗଦୀଶ୍ ଚନ୍ଦ୍ର ପଲେଇ ଗୁରୁତ୍ୱାରୋପ କରିଥିବା ବେଳେ ଡ୍ରିମ୍ କାର୍ଯ୍ୟକ୍ରମ ଉପରେ ସଂସ୍କୃତ ଶିକ୍ଷକ ବିଦ୍ୟାଧର ଦାଶ, ସୁଶ୍ରୀ ଦେବସ୍ମିତା ମହାନ୍ତି, ଅନିତା ଦାଶ ଆଲୋଚନା ଆଲୋକପାତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଅମୃତା ଧନ୍ୟବାଦ ଅର୍ପଣ କରିଥିଲେ ।