ଅନସ୍ଲୋ ହାଇସ୍କୁଲ ପରିସରରେ ପ୍ରଥମ ପର୍ଯ୍ୟାୟ ଇଭିଏମ ମେସିନ ଯାଂଚ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଗାମୀ ଦିନରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥି ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାର ୧୬ ଟି ଏନଏସି , ଗୋଟିଏ ମୁନିସିପାଲଟି ଏବଂ ବ୍ରହ୍ମପୁର ମହାନଗର ନୀଗମ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏଥି ଲାଗି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କଲ କୁ ୧୨୭୫ ଟି ଇଭିଏମ ମେସିନ ଆସିଛି । ସୋମବାର ଏହି ଇଭିଏମ ମେସିନ୍ ଗୁଡିକୁ ପ୍ରଥମ ପର୍ଯ୍ୟାୟ ଯାଂଚ କରାଯାଇଛି । ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ ଆଜି ଏହି ସବୁ ଇଭିଏମ ମେସିନ୍ ର ଯାଂଚ କରାଯାଇଥିଲା । ଏହି ୧୨୭୫ ଟି ଇଭିଏମ ମେସିନକୁ ଯାଂଚ କରିବା ପାଇଁ ହାଇଦ୍ରାବାଦ ରୁ ୭ ଜଣ ଇଭିଏମ ମେସିନ ଏକ୍ସପୋର୍ଟ ଗଞ୍ଜାମ ଜିଲ୍ଲାକୁ ଆସିଛନ୍ତି । ଏହି ଯାଂଚ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ଥିବା ବେଳେ ବହୁ କର୍ମଚାରୀ ସାମିଲ ହୋଇ ସହଯୋଗ କରିଥିଲେ ।