ଅନାଥାଶ୍ରମରେ ଜନ୍ମେଜୟ ପାଳିଲେ ଜନ୍ମ ଦିନ

ହାଟଡିହି, (ବିକାଶ ବିଶ୍ୱାଳ ) : ଯୁବ କବି ଜନ୍ମେଜୟ ନାୟକ ତାଙ୍କର ଜନ୍ମଦିନକୁ ଅନଥାଶ୍ରମ ରେ କୁନି କୁନି ପିଲାଙ୍କ ଗହଣରେ ପାଳନ କରିଛନ୍ତି। ପୂର୍ବରୁ ମଧ୍ୟ ସେ ତାଙ୍କର ଜନ୍ମଦିନକୁ ବାଳାଶ୍ରମ କିମ୍ବା ବୃଦ୍ଧାଶ୍ରମ ରେ ହିଁ ପାଳନ କରିଆସୁଛନ୍ତି। ଏହା ତାଙ୍କ ଖୁସିର ଠିକଣା ବୋଲି ସେ ଭାବନ୍ତି। ଚଳିତବର୍ଷ ଜନ୍ମଦିନ ପାଳନ କରିବାପାଇଁ ସେ ରାମକୃଷ୍ଣ ବାଳାଶ୍ରମ, ରସୁଲଗଡ, ଭୁବନେଶ୍ୱର ଯାଇ କୋମଳମତି ଶିଶୁମାନଙ୍କସହ କେକ୍ କାଟିବା ସହ ପିଲା ମାନଙ୍କ ପାଇଁ ରାତ୍ରିଭୋଜନର ବ୍ୟବସ୍ଥା କରିଥିଲେ। ସେ ବାଳାଶ୍ରମରେ ଖାଦ୍ୟ ପରସିବା ସହ ଶିଶୁମାନଙ୍କ ସହ ପ୍ରାର୍ଥନା କରିଥିଲେ। ସେମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଅସୁବିଧାକୁ ପଚାରି ବୁଝିଥିଲେ। ସେ ପେଶାରେ ଜଣେ ଗଣିତ ଶିକ୍ଷକ ରୂପେ ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ । ଛୋଟ ଛୋଟ ଶିଶୁଙ୍କ ମୁଖେ ହସ ଫୁଟାଇବା ତାଙ୍କର ମୂଳ ଲକ୍ଷ୍ୟ ବୋଲି କୁହନ୍ତି। ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ନିଜର ଶିଶୁକୈନ୍ଦ୍ରିକ ଶିକ୍ଷାଦାନ ପଦ୍ଧତିର ଅବଲମ୍ବନ ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ପ୍ରିୟ ହୋଇପାରିଛନ୍ତି। ପ୍ରକାଶ ଥାଉକି ସେ ଅବସର ସମୟରେ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷଣୀୟ ଗପ, କବିତା ଲେଖି ସମସ୍ତଙ୍କ ମନ ଜିଣିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ