ଅନାଥ ପିଲାଙ୍କ ମେଳରେ ଆକାଂକ୍ଷା ମହିଳା ସଙ୍ଗଠନ ପାଳିଲେ ନବବର୍ଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଶିଶୁ ଗୃହ ଠାରେ ଅନାଥ ପିଲାଙ୍କ ମେଳରେ ନୂତନ ବର୍ଷ -୨୦୨୫ ମହାଆଡମ୍ବରରେ ପାଳନ କରାଗଲା.ଏହି ଅବସରରେ ୮୦ ଜଣ ରୁ ଉର୍ଦ୍ଧ୍ୱ ଅନ୍ତେବାସୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବା ସହିତ ବିଭିନ୍ନ ନାଚ ଗୀତ ଓ ଭାଷଣ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କନ୍ୟା ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ କରାଯିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ ସଭାନେତ୍ରୀ ଅନୀତା ମିଶ୍ର, ସଂପାଦିକା ମିନା କୁମାରୀ ଟହଲ ଉପଦେଷ୍ଟା ସ୍ବର୍ଣ୍ଣପ୍ରଭା ପାଠୀ, ନବଜୀବନ ଶିଶୁ ଗୃହର ମୁଖ୍ୟ ପରିଚାଳକ ଶ୍ରୀ ରାବଣୀୟା ପରିଚାଳିକା ପ୍ରଭାସିନୀ ପ୍ରମୁଖ ଇଂରାଜୀ ନୂତନ ବର୍ଷ ପାଳନ ସଂପର୍କ ରେ ଆଲୋକପାତ କରିଥିଲେ I ଏହାର ମୂଳ ଉଦ୍ଦେଶ୍ୟ ଥୂଲା ପ୍ରତ୍ୟେକ ସକାଳ ନୂତନ କାର୍ଯ୍ୟ କରିବାର ସମୟ। ସେହିପରି ନୂତନ ବର୍ଷକୁ ସ୍ବାଗତ ଜଣାଇ, ସମସ୍ତ ଦୁଃଖ କଷ୍ଟକୁ ଭୂଲି ନୂତନ ଆଶା ଆକାଂକ୍ଷା କୁ ନେଇ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନ୍ୟାନ୍ୟ ସଦସ୍ୟ ପ୍ରିୟମ୍ବଦା ଓଁକାର କବିତା ମଲ୍ଲିକ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ