ଅନାଥ ଶିଶୁଙ୍କ ପାଇଁ ପାରିବାରିକ ଯତ୍ନର ମହତ୍ୱ
ଛତ୍ରପୁର : ପାରିବାରିକ ଯତ୍ନ ର ଗୁରୁତ୍ୱ ଏବଂ ଜିଲ୍ଲାରେ ଥିବା ଅନାଥ ଶିଶୁଙ୍କ ପାଇଁ ବିକଳ୍ପ ପାରିବାରିକ ଯତ୍ନ ଯୋଗେଇଦେବା ପାଇଁ ଏକ କର୍ମଶାଳା ଜିଲାପରିସଦ ଋଷିକୂଲ୍ୟା ସଭା କକ୍ଷ ରେ ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଅରୁଣ-ସି ଆର ଏସ ମିଳିତ ପ୍ରୟାସ ରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାର ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା 32339 ଏକକ ଅଭିଭାବକ ଶିଶୁ ଓ 2729 ଜଣ ଅନାଥ ଶିଶୁ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ଶିଶୁଙ୍କ ସାମଗ୍ରିକ ବିକାଶ କେବେଳ ପାରିବାରିକ ଯତ୍ନ ଦ୍ୱାରା ହିଁ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ମତ ପ୍ରକାଶ କରିଥିବାବେଳେ ପ୍ରକଳ୍ପ ନିର୍ଦେଶକ ଡୁଡ଼ା ସୁଦାମ ଚରଣ ମଣ୍ଡଳ କିପରି 0-5 ବର୍ଷ ଯାଏ ପାରିବାରିକ ଯତ୍ନ, 6-14 ବର୍ଷ ସମଗ୍ର ଶିକ୍ଷା, 15-18 ମଧ୍ୟରେ ସେମାନଂକର ଦକ୍ଷତା ବିକାଶ ସହିତ ନିଶ୍ଚିତ କର୍ମଜୀଯୁକ୍ତି ଦିଗରେ ମତରଖିଥିଲେ। ଅରୁଣା ର ସମ୍ପାଦିକା ସୌଦାମିନୀ ରଥ ଅନୁଷ୍ଠାନ ଦ୍ୱରା ନିଆଯାଉଥିବା ବିଭିର୍ଣ ପାରିବାରିକ ଯତ୍ନ ଦିଗରେ ସଚେତନତା କାର୍ଯ୍ୟକ୍ରମ ଉପରେ ଦୃଷ୍ଟିପାତ କରିଥିବା ବେଳେ ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁବିକାଶ ଓ ପଞ୍ଚାୟତରାଜ ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟକରିବା ପାଇଁ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ସଢଙ୍ଗୀ ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ଅତିରିକ୍ତି ଜିଲା ମୁଖ୍ୟ ଚିକିସ୍ଥା ଅଡିକରି ଡ଼ା ଭି ସରୋଜିନୀ ଦେବି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମ ରେଡି, ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି, ସି ଡବ୍ଲ୍ୟୁ ସି ମେମ୍ବର ଜ୍ୟୋତି କୁମାରୀ, ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀ, ସି ଡି ପି ଓ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ସୁଶାନ୍ତ କୁମାର ସାହୁ, ସୁସ୍ମିତା ଭୋଇ, ଦେବିଦତ୍ତ ରଥ, ସୁଦାମ ପାଣିଗ୍ରାହୀ ଓ ଶିବପ୍ରସାଦ ରଥ ପରିଚାଳନା କରିଥିଲେ।