ଅନାଥ ପିଲାଙ୍କୁ ଭେଟିଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି ,(ତାରିଣୀ ପ୍ରସାଦ ପଣ୍ଡା): ଆକ୍ଟବର ୨୦୧୮ ମସିହା ୧୦ ତାରିଖରେ ରାତ୍ର ୧୨ ଘଣ୍ଟା ସମୟରେ ଗଜପତି ଜିଲ୍ଲାରେ ହୋଇଥିବା ତିତିଲି ଘୂଣ୍ଣିଝଡ଼ରେ ୪୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଜୀବନଜୀବିକା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ସେଥି ମଧ୍ୟରୁ ୭ ଜଣ ପିଲା ଅନାଥ ହୋଇଥିଲେ। ଯେଉଁ ମାନଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପୋଷ୍ୟ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଗୋଷାଣୀ ବ୍ଲକ୍ ଏସ. ଉରୁଡା ଗ୍ରାମରେ ଥିବା ବିବେକାନନ୍ଦ ସେବା ଆଶ୍ରମରେ ୫ ଜଣ ରହିଛନ୍ତି। ସେମାନେ ହେଲେ ବାରଘର ଗ୍ରାମର କର୍ତ୍ତିକ ଭୂୟାଁ, ଶିମାଞଳ ଭୂୟାଁ, ପିତାମ୍ବର ଶବର, ରାମ ଭୂୟାଁ ସମେତ ରାମଗିରି ପଞ୍ଚାୟତରେ ବୁଦୁରା ଗ୍ରାମରେ ମିଥୁନ ବେହେରା।ଏମାନଙ୍କ ବାପା ମା ସମସ୍ତ ପୃଥକ ପୃଥକ ଦୁଇଟି ମାଟିଅଡଡା ଖସିବା ଘଟଣାରେ ଆରପାରିକୁ ଚାଲିଯାଉଛନ୍ତି। ସୌଭାଗ୍ୟ ବସତଃ ଏମାନଙ୍କ ଜୀବିତ ରହିଛନ୍ତି କିନ୍ତୁ ମୁଣ୍ଡ ଉପରୁ ମା ଓ ବାପାଙ୍କ ଛାଇ ହଜିଯାଇଛି। ତଥାପି ଏମାନେ ଆଜିବି ଝୁଲନ୍ତି ମାଁ ଓ ବାପାଙ୍କୁ ତେବେ ସେମାନଙ୍କ କଷ୍ଟ ଲାଘବ କରିବାକୁ ଅଚାନକ ଗ୍ରସ୍ତରେ ପହଞ୍ଚିଥିଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ. ଉରୁଡା ଗ୍ରାମର ଆଶ୍ରମରେ ପହଞ୍ଚି ଅନେକ ସମୟ ରହି ସେମାନଙ୍କ ଖାଦ୍ୟ, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ବିଷୟରେ ପଚାରି ବୁଝିଥିଲେ। ବହୁ ସମୟ ଧରି କଥାହେବି ସହ କେରିବୋଡ ଖେଳିଥିଲେ ଏବଂ ଚକୋଲେଟ୍ ପ୍ରଦାନ କରିଥିଲେ। ସେପଟେ ଏହି ପିଲାମାନଙ୍କ ସାମୂହିକ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ କରୁଥିବା ଜିଲ୍ଲାପାଳ କହିଛନ୍ତି। ତେବେ ଏହି ଗ୍ରସ୍ତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକ୍ ବିଡିଓ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ