ଅନାବାଦି ଜାଗା ଜବରଦଖଲ ଅଭିଯୋଗ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):  ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ବଜାର ନିକଟରେ ଥିବା ଏକ ଅନାବାଦି ଜାଗା ଉପରେ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ବଜାର ନିକଟ ପମ୍ପହାଉସ ଓ ମିଶନଶକ୍ତି ଗୃହ ମଧ୍ୟ ସ୍ଥଳରେ କେହି ଅସାଧୁ ବ୍ୟକ୍ତି ଗୃହ ନିର୍ମାଣ କରୁଥିବା ଜଣାପଡିଛି । ଉକ୍ତ ସ୍ଥାନକୁ ଲାଗି ପଞ୍ଚାୟତ ପୋଖରୀ ରହିଥିବାବେଳେ ସରକାରୀ ଭାବେ କିଛି ପ୍ରସ୍ଥାବିତ ପ୍ରକଳ୍ପ ମଧ୍ୟ ଏଠାରେ ଆରମ୍ଭ ହେବ । ବିଶେଷକରି ମିଶନଶକ୍ତି ଗୃହଟି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ସଦାସର୍ବଦା ଏଠାରେ ବୈଠକ ଚାଲିଥାଏ । ସବୁଦୃଷ୍ଟିରୁ ଉକ୍ତ ସ୍ଥାନଟି ସରକାରୀ ଖାତାରେ ସଂରକ୍ଷିତ ହୋଇ ରହିଥିବାବେଳେ ଅସାଧୁ ବ୍ୟକ୍ତିମାନେ ଏହାକୁ ଜବରଦଖଲ କରୁଛନ୍ତି । ଆଜି ରବିବାର ଛୁଟିଦିନ ଥିବାରୁ ଅସାଧୁ ବ୍ୟକ୍ତି ଏଠାରେ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି । ଏବାବଦରେ ସ୍ଥାନୀୟ ଲୋକେ ତହସିଲଦାର ଓ ରାଜସ୍ୱନିରୀକ୍ଷକଙ୍କ ଜଣାଇଥିବାବେଳେ ସର୍ବସାଧାରଣ ଜାଗାରୁ ବେଆଇନ ଉଚ୍ଛେଦ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ