ଅନାମିକା ଦିଗପହଣ୍ଡିରେ ନୂଆ ବିଡ଼ିଓ କାର୍ଯ୍ୟଭାର ଗ୍ରହଣ କଲେ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ  ଅନାମିକା ପାଣ୍ଡେ ବିଡ଼ିଓ ଭାବେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଗତ ୨୦୧୭ ବ୍ୟାଚ ର ଓଏଏସ ଅଫିସର ଅନାମିକା ପୂର୍ବରୁ ନବରଙ୍ଗପୁର , ମୁନିଗୁଡା ଏବଂ ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇ ଥିଲେ  ।ଦିଗପହଣ୍ଡି କୁ ବଦଳି ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ରେ ତହସିଲଦାର ଭାବେ କାର୍ଯ୍ୟକରୁଥିଲେ। ଗତ ୩ ବର୍ଷ ହେଲା ଦିଗପହଣ୍ଡି ବ୍ଲକ ର ବିଡ଼ିଓ ଦାୟିତ୍ୱରେ ଥିବା ଡ. ଚିତ୍ତରଞ୍ଜନ ଦାସଙ୍କୁ କଟକର ବଡ଼ମ୍ବା ବ୍ଳକକୁ ବଦଳି ହୋଇଥିବା ବେଳେ ସେ ନବାଗତ ବିଡ଼ିଓ ଅନାମିକା ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର  ସଫଳ ରୂପାୟନ ପାଇଁ ସେ ଉଦ୍ୟମ କରିବେ।ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଙ୍କୁ ସମସ୍ତ ଯୋଜନାରେ ସରକାରୀ ସହାୟତା ପ୍ରଦାନ ସହ ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟାର ତ୍ୱରିତ ସମାଧାନ କରାଯିବା ପାଇଁ  ଗ୍ରାମାଞ୍ଚଳ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗର ଆବଶ୍ୟକତା ଜରୁରୀ ବୋଲି ନବାଗତ ବିଡ଼ିଓ ନିଜ ପ୍ରତିକ୍ରିୟାରେ କହିଛନ୍ତି ।  ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବ୍ଲକ କାର୍ଯ୍ୟାଳୟର ସମସ୍ତ  କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ନବାଗତ ବିଡ଼ିଓ  ଏବଂ ପୂର୍ବତନ ବିଡ଼ିଓ  ଙ୍କୁ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମରେ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ , ଜିପିଡିଓ ଉମେଶ ସେଠୀ , ବରିଷ୍ଠ କିରାଣୀ ଚଞ୍ଚଳା ମାଝୀ ଙ୍କ ସମେତ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ