ଅନାସ୍ଥା ଭୋଟରେ ହାରିଲେ ନରସିଂହପୁର ସରପଂଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ନରସିଂହପୁର ପଂଚାୟତର ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଛନ୍ତି ସରପଂଚ ପ୍ରଭାତ କୁମାର ସେଠୀ । ସରପଂଚ ଶ୍ରୀ ସେଠୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ନାୟବ ସରପଂଚ ବବୀତା ଦାସଙ୍କ ନେତୃତ୍ୱରେ ୱାର୍ଡସଭ୍ୟସଭ୍ୟା ସୁଚିତ୍ରା ବେହେରା, ବାସୁଦେବ ଗିରି, ଉପେନ୍ଦ୍ର ମଳିକ, କଳ୍ପନା ସେଠୀ, ସରସ୍ୱତୀ ଦାସ, ରଞ୍ଜନ ସେଠୀ, ବିଦ୍ୟୁଲତା ମଳିକ, ସରୋଜିନୀ ରାଉତ, ତରୁଣି ମଳିକ ଓ ଭରତ ସେଠୀ ପ୍ରମୁଖ ସରପଂଚଙ୍କ ବିରୋଧରେ ଅନାସ୍ଥା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଗତ ମାର୍ଚ୍ଚମାସ ୨୫ତାରିଖରେ ଦାବୀ କରି ନୋଟିସ ଦେଇଥିଲେ । ଅନାସ୍ଥା ଭୋଟ ବିଳମ୍ବ ହେବାରୁ ପୁନଶ୍ଚ ସେମାନେ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । ଗତ ଜୁଲାଇମାସ ୨୨ତାରିଖରେ ଉଚ୍ଚ ନ୍ୟାୟାଳୟ ଅନାସ୍ଥା ଭୋଟ ନିମନ୍ତେ ନିର୍ଦେଶ ଦେଇଥିଲେ । ଆଜି ପଟ୍ଟାମୁଣ୍ଡାଇ ବ୍ଲକରେ ଅନାସ୍ଥା ଭୋଟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସରପଂଚଙ୍କ ବିରୋଧରେ ୧୨ଟି ଭୋଟ ମିଳିଥିବା ବେଳେ ସରପଂଚଙ୍କ ସପକ୍ଷରେ ୪ଟି ଭୋଟ ମିଳିଥିଲା । ସରପଂଚ ଅନାସ୍ଥା ଭୋଟରେ ହାରିଯାଇଥିଲେ,ଏହି ଭୋଟ ବେଳେ ପ୍ରଶାସନ ପକ୍ଷରୁ ବ୍ଲକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନାସ୍ଥା ଭୋଟର ନେତୃତ୍ୱ ନେଇଥିବା ନାୟବ ସରପଂଚ ବବୀତା ଦାସଙ୍କୁ ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଜେପି ନେତା ସୁନାକର ବେହେରା, ଯୁବନେତା ପ୍ରସନ୍ନ କୁମାର ପଣ୍ଡା, ମୁକୁନ୍ଦ ପ୍ରସାଦ ଓଝା, ବିଭୂତି ମଳିକ, ଅନିଲ ଚୈାଧୁରୀ, ରାମଚନ୍ଦ୍ର ଦାସ, ଅଭିମନ୍ୟୁ ଗୋଛାୟତ, ଉମାକାନ୍ତ ନାୟକ ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ