ଅନିମା କହଁର ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଜୁ ମହିଳା ଜନତା ଦଳର ନୂତନ ରାଜ୍ୟ କମିଟି ଇତି ମଧ୍ୟରେ ଘୋଷିତ ହୋଇଥିବା ବେଳେ କନ୍ଧମାଳ ଜିଲାର ପୂର୍ବତନ ଜିଲା ସଭାନେତ୍ରୀ ତଥା ବର୍ତ୍ତମାନର କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପୁଣିଥରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଏହି ପଦବିରେ ଥିଲେ। ଏହି ଘୋଷଣା ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।ପ୍ରକାଶ ଯେ ସୁଶ୍ରୀ ଅନିମା କହଁର ଗତ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଦ୍ୱିତୀୟଥର ପାଇଁ ବର୍ତ୍ତମାନ ମଧ୍ୟ ସେ ଖଜୁରିପଡା ବ୍ଳକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିଭଳି ଗତ ୨୦୧୫ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲା ବିଜୁ ମହିଳା ଜନତା ଦଳର ଜିଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। କଳାହାଣ୍ଡି ଜିଲାର ମହିଳା ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଉପରେ ଆସ୍ଥା ରଖି ପୁଣିଥରେ ତାଙ୍କ ରାଜ୍ୟ ଉପସଭାପତି ଭାବେ ମନୋନିତ କରାଯାଇଥିବା ଯୋଗୁଁ ସେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ , ଜିଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ଦଳର ଅନ୍ୟ ମାନଙ୍କୁ ମଧ୍ୟ  ଶୁଭେଚ୍ଛା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ