ଅନିୟମିତତାର ତଦନ୍ତ ଆରମ୍ଭ କଲା ଜିଲ୍ଲା ସ୍ତରୀୟ ମିଳିତ କମିଟି

ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚାୟତରେ ହୋଇଥିବା ଆର୍ôଥକ ଅନିୟମିତତାର ତଦନ୍ତ ଆରମ୍ଭ ହୋଇଛି । ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟିରେ ଜିଲ୍ଲା ସହକାରୀ ପ୍ରକଳ୍ପ ଅଧିକାରିଣୀ ଲିଲି କୁମାରୀ କୁଲୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିବବ୍ରତ ତ୍ରିପାଠୀ, ଜିଲ୍ଲା ସୋସିଆଲ ଅଡିଟର ଚନ୍ଦନ ଅମୃତାୟନ ଆଇଚ, ଏପିଡି ଫାଇନାନସ ମୁକେଶ କୁମାର ସାହୁ ପ୍ରମୁଖ ଏହି ତଦନ୍ତ ଦଳରେ ଆସି ଆଜି ପ୍ରଥମେ ସୋସୋ ପଞ୍ଚାୟତରେ ତଦନ୍ତ କରିଥିଲେ । ତଦନ୍ତ ବେଳେ ସରପଞ୍ଚ କାଞ୍ଚନ ନାଇକ ଉପସ୍ଥିତ ଥିବାବେଳେ ପୁର୍ବତନ ପିିଇଓ ଉପସ୍ଥିତ ନଥିଲେ । ପଞ୍ଚାୟତରେ କୌଣସି ରେକର୍ଡପତ୍ର ନଥିବାବେଳେ ୧୬ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟର ବିଲ ହୋଇଥିଲେ ମଧ୍ୟ ଏକାଉଣ୍ଟରେ ଟଙ୍କା ନଥିବାରୁ ପେମେଣ୍ଟ ହୋଇ ପାରୁ ନଥିବା ଦେଖିବାକୁ ପାଇଥିଲେ । ପୁର୍ବତନ ପିଇଓ ଦାୟିତ୍ୱ ହସ୍ତାନ୍ତର କରିନଥିବାବେଳେ ତାଙ୍କୁ କିପରି ଏଠାରୁ ରିଲିଭ କରାଗଲା ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ସରପଞ୍ଚ ଟଙ୍କା ଉଠାଣ ବାବଦରେ ଜାଣି ନଥିବା ନେଇ କହିଥିଲେ । ସବୁତକ ଟଙ୍କା ପଇସା ପିଇଓ ବ୍ୟାସଦେବ ନାୟକ ଉଠାନ୍ତି, ପିିଇଓ ଯେଉଁଠି ଦସ୍ତଖତ କରିବାକୁ କୁହନ୍ତି ସେ କେବଳ ଦସ୍ତଖତ କରନ୍ତି ବୋଲି ସରପଞ୍ଚ କହିଥିଲେ । ଆଜିର ଏହି ତଦନ୍ତ ସମ୍ପର୍କରେ ବିଡିଓ ପୁର୍ବତନ ପିିଇଓ ବ୍ୟାସଦେବ ନାୟକଙ୍କୁ ଜଣାଯାଇଥିଲେ ମଧ୍ୟ ସେ ଉପସ୍ଥିତ ନରହିବା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ସେହିପରି ସୁଲଣ ପଞ୍ଚାୟତରେ ତଦନ୍ତ ବେଳେ ୨୦୧୭/୧୮ ଓ ୧୮/୧୯ରେ ଖର୍ଚ୍ଚ କରାଯାଇଥିବା ପ୍ରକଳ୍ପ ତାଲିକା, କ୍ୟାସ ରେକର୍ଡ କିମ୍ବା କୌଣସି ରେକର୍ଡପତ୍ର ନଥିବା ଦେଖିବାକୁ ପାଇଥିଲେ । ୱାର୍ଡସଭ୍ୟ ସଭ୍ୟା ମାନେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆସିଥିବା ୧୦ଲକ୍ଷ ସ୍ୱତନ୍ତ୍ର ଅନୁଦାନକୁ ମଧ୍ୟ ଉଠାଇ ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ତିନିଦିନ ଭିତରେ ପିଇଓଙ୍କୁ ଡକାଇ ଦାୟିତ୍ୱ ହସ୍ତାନ୍ତର କରିବାକୁ ବିଡିଓଙ୍କୁ କହିବା ସହ ଦାୟିତ୍ୱ ହସ୍ତାନ୍ତର ପରେ ପୁନର୍ବାର ଏହି କମିଟି ତଦନ୍ତ କରିବ ବୋଲି ଜଣାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ସୁଲଣ ପଞ୍ଚାୟତରେ ସରପଞ୍ଚ ଓ ପିଇଓଙ୍କ ସଲାସୁତୁରାରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ୱାର୍ଡସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ କେଉଁଠି ଓ କିପରି ଭାବେ ଖର୍ଚ୍ଚ କରାଗଲା ତାହାର କୌଣସି ହିସାବପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଛି । ସେହିପରି ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ କର୍ତ୍ତୁପକ୍ଷ କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନେଇଛନ୍ତି । ସେହିପରି ପଞ୍ଚାୟତକୁ ପୁରସ୍କାର ପାଇଁ ଆସିଥିବା ୩ଲକ୍ଷ ଟଙ୍କାର ମଧ୍ୟ କୌଣସି ହିସାବ ନାହିଁ ବୋଲି ଅଭିଯୋଗ ହୋଇଥିଲା । ସେହିପରି ସୋସୋ ପଞ୍ଚାୟତରେ ୨୬ଲକ୍ଷ ଟଙ୍କାର କୌଣସି ହିସାବପତ୍ର ନାହିଁ । ପଞ୍ଚାୟତକୁ ଆସିଥିବା ଅନୁଦାନ ଟଙ୍କାଙ୍କୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ