ଅନୀୟମିତତା ଅଭିଯୋଗରେ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଅନୀୟମିତତା ଅଭିଯୋଗରେ ଗୁରୁବାର ଜିଲ୍ଲାପାଳ ଜନୈକ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବନ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ସହିରା ଗ୍ରାମପଂଚାୟତକୁ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁବାର ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସେହି ପଂଚାୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଓ ଦାରିଦ୍ର୍ୟ ଦୁରୀକରଣ ଯୋଜନାରେ ବ୍ୟାପକ ଅନୀୟମିତତା ହୋଇଥିବା ଜାଣିବାକୁ ପାଇବା ପରେ ପଂଚାୟତ ନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କୁ ନିଲମ୍ବନ କରିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୦୧୯-୨୦ବର୍ଷରେ ଗୃହ ନିର୍ମାଣ କାର୍ଯ୍ୟ ନିର୍ବାହରେ ଅବହେଳା ପ୍ରଦର୍ଶନ କରିବା ସହ ବ୍ୟାପକ ଅନୀୟମିତତା ଅବଲମ୍ବନ କରିଛନ୍ତି । ଏଥିସହିତ ଗ୍ରାମପଂଚାୟତର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ସହ ସଂପୃକ୍ତି,ବେଆଇନ ଭାବେ ୩୦ହଜାରରୁ ଉଦ୍ଧ୍ୱର୍ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନିଜ ପାଖରେ ରଖିବା ପ୍ରଭୃତି ସମ୍ପର୍କରେ ଜଣାପଡିବା ପରେ ଜିଲ୍ଲାପାଳ ଶ୍ରୀ ବର୍ମା ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । କେନ୍ଦ୍ରାପଡା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ବୈଠକ


