ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ପ୍ରତାପ ବିନତୀ, ପ୍ରାର୍ଥନା, ବାଣିଗ୍ରନ୍ଥ ପାଠ, ଠାକୁରଙ୍କ ଜନ୍ମ ଲଗ୍ନ ଘୋଷଣା , ପବିତ୍ର ଧର୍ମ ଗ୍ରନ୍ଥ ପାଠ ସହିତ ପୁରୁଷୋତ୍ତମ ଧ୍ୱନୀ ଅନୁଷ୍ଠିତ ହୋଇଥିଲା। ଏହାସହିତ ସତସଙ୍ଗ ସଂଗୀତାଞ୍ଜଳି ଆୟୋଜନ ହୋଇଥିଲା। ଏଥିରେ ସତସଙ୍ଗ ବିହାର ମୁଖ୍ୟ ପରିଚାଳକ ପ୍ରତାପ କୁମାର ନାୟକ, ରିତିକ ଅଭିମନ୍ୟୁ ଖଟୁଆ, ଧରଣୀଧର ସ୍ୱାଇଁ, ଶ୍ରୀଧର କୁମାର ରାଉତ, ବଳରାମ ମହାନ୍ତି,ହାଡ଼ିବନ୍ଧୁ ବେହେରା, ଶ୍ରୀକାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପ୍ରାନ୍ତରରୁ ଠାକୁରଙ୍କ ଅନୁଗାମୀ ମାନେ ଉତ୍ସବରେ ଯୋଗଦେଇଥିଲେ।


