ଅନୁଗୁଳରେ ସଂଘର ସ୍ୱୟଂସେବକଙ୍କ ସେବାକାମ
ଅନୁଗୁଳ (ଓ୍ବାଇଏନ୍ଏସ୍) : କରୋନା ଭୂତାଣୁର ବିତ୍ପାତ ଏବେ ସାରା ପୃଥିବୀରେ ବିଭୀଷିକାମୟ ସୃଷ୍ଟି କରିଥିବା ବେଳେ ଭାରତରେ ବର୍ତମାନ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଛି । ଲକଡାଉନ ଯୋଗୁଁ ଦେଶର ଖଟିଖିଆ, ଦିନ ମଜୁରିଆ, ଅସହାୟ ଗରିବ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ ଡାଉନ ସମୟରେ ଅନୁଗୁଳର ଦୁଇଟି ଘରୋଇ ନସିଂହୋମରେ ଥିବା ୪୫ ଜଣ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ରନ୍ଧାଖାଦ୍ୟ ଯୋଗାଇ ଥିଲେ । ସଦର ଖଣ୍ଡର ଦୁଇଟି ଗ୍ରାମରେ ଚାଉଳ ଓ ଚୁଡା ବିତରଣ କରିଥିଲେ ସ୍ୱୟଂସେବକ । ପାଲହଡାରେ ୪୫୦ ମାସ୍କ ବିତରଣ କରିଥିବା ବେଳେ ସ୍ୱୟଂସେବକମାନେ ବଳରାମ ପ୍ରସାଦରେ ସାମ୍ବାଦିକମାନଙ୍କ ସହିତ ମିଶି ମାର୍ଚ୍ଚ ୨୮ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ୩୦୦ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବିତରଣ କରିଥିଲେ ।