ଅନୁଗୁଳ ଛୁଇଁଲା କରୋନା, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନିଶହ ଟପିଲା
ଭୁବନେଶ୍ବର : ରାଜ୍ୟରେ କରୋନା ସଂଖ୍ୟା ବେଶ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ସକାଳୁ ରାଜ୍ୟରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜି ଅନୁଗୁଳ ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ହୋଇଛି । ପୁଣି ଗଞ୍ଜାମ ଜିଲ୍ଲାରୁ ୨୯, ବାଲେଶ୍ବରରୁ ୧୫ ଓ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ହୋଇଥିବାବେଳେ ବାଲେଶ୍ବର ୪୨କୁ ଓ ମୟୂରଭଞ୍ଜ 8କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୩୫୨ରେ ପହଞ୍ଚିଛି।


