ଅନୁଗୋଳକୁ ୨୬ ଛୁଇଁଲା : ବିକାଶ ଆହୁରି ଅନେକ ବାଟ
ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍): ରାତି ପାହିଲେ ଅନୁଗୋଳକୁ ୨୫ ପୁରି ୨୬ ଛୁଇଁବ । ଜିଲ୍ଳାର ଜନ୍ମଦିନକୁ ନେଇ କେତେଆଡ଼େ କେତେ ଉତ୍ସବ ପାଳନକରାଯିବ । କିନ୍ତୁ ଜିଲ୍ଲା ଘୋଷଣା ପରଠାରୁ ରହିଥିବା ବିକାଶ ଯାତ୍ରା ଏବେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିନାହିଁ । ଯଦି ଓ ଅର୍ଥର ଅଭାବ ନାହିଁ ତଥାପି ରାଜନୈତିକ ଓ ପ୍ରଶାସନିକ ମନୋଭାବ ଅଭାବରୁ ବିକାଶ ପାଇଁ ଆହୁରି ଅନେକ ବାଟ ଅତିକ୍ରମ କରିବାକୁ ପଡ଼ିବ । ୧୯୯୩ ଏପ୍ରିଲ୍ ୧ରେ ଢ଼େଙ୍କାନାଳ ଜିଲ୍ଳାକୁ ଭାଗ କରାଯାଇ ଅନୁଗୋଳକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା । ଇତିମଧ୍ୟରେ ଜିଲ୍ଲା ମାନଚିତ୍ରରେ ଅନେକ ଉନ୍ନତି ଆସିଛି । କୃଷି ଓ ଜଙ୍ଗଲ ଏ ଜିଲ୍ଲାର ଜୀବିକାର ମୁଖ୍ୟ ଉତ୍ସ ହୋଇଥିଲେ ବି ତାଳଚେର ଏବଂ ଅନୁଗୋଳ ଉପଖଣ୍ଡରେ ମୁଖ୍ୟତଃ ଶିଳ୍ପ ହିଁ ବିକାଶର କର୍ଣ୍ଣଧାର ସାଜିଛି । ନାଲ୍କୋ, ଏନଟିପିସି ପରି ରାଷ୍ଈ୍ରୀ ଶିଳ୍ପ ଜିଲ୍ଲାର ସୁନାମକୁ ବହୁଗୁଣିତ କରିଛି । କେତେକ ଘରୋଇ ଶିଳ୍ପ ସଂସ୍ଥା ମଧ୍ୟ ଏ କ୍ଷେତ୍ରୋର ନିଜକୁ ସାମିଲ୍ କରିପାରିଛନ୍ତି । ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ କୃଷିରେ ଆଧୁନିକତାର ପ୍ରବେଶ ଏହି କ୍ଷେତ୍ରକୁ ଅଧିକ ଉପଯୋଗୀ କରିପାରିଛି । ଅନୁଗେଳରୁ ଉତ୍ପାଦିତ ସାମଗ୍ରୀ ବିଦେଶରେ ପହଞ୍ଚିପାରିଛି । ଏଠାକାର ଯୁବପିଢ଼ି ପ୍ରତିଟି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିଛନ୍ତି । ପ୍ରତିରକ୍ଷାଠାରୁ ଆରମ୍ଭ କରି ମହକାଶ ବିଜ୍ଞାନ ଯାଏଁ ସବୁଠି ସେମାନେ ପହଞ୍ଚି ପାରିଛନ୍ତି । କଳା, ସଂସ୍କୃତିରେ ଅନୁଗୋଳର ସ୍ଥାନ ଅତି ସ୍ୱତନ୍ତ୍ର । ତଥାପି ଯାହା ଜିଲ୍ଲାକୁ ପଛକୁ ଠେଲି ଦେଉଛି ତାହା ହେଲା ସ୍ୱାସ୍ଥ୍ୟ, ନିଯୁକ୍ତି, ବିସ୍ଥାପନ ଓ ପ୍ରଦୂଷଣ । ଏହି ସମସ୍ୟା ନେଇ ଜିଲ୍ଲାରେ ଆନ୍ଦୋଳନ ମୁଣ୍ଡ ଟେକୁଛି । ଖଣି ଖାଦାନାରେ ବନ୍ଦ ପାଳନ ହେଉଛି । ପ୍ରଦୂଷଣଜନିତ ରୋଗ ଲୋକଙ୍କୁ ଆକ୍ରାନ୍ତ କରିଚାଲିଛି । କିନ୍ତୁ ଏଗୁଡ଼ଇକର ସମାଧାନ ପାଇଁ ଆଶ୍ୟକ ପଦକ୍ଷେପ ନେବାରେ ରାଜନେତା ଓ ପ୍ରଶଶସନ ଯେପରି ଆ୍ରହ ଦେଖାଇ ନଥିବା ସାଧାରଣରେ ଅଭିଯୋଗ ହେଉଛଇ । ଆର୍ôଥକ ଦୃଷ୍ଟିରୁ ଅନୁଗୋଳ ଜିଲ୍ଲା ବେଶ୍ ଆଗରେ । ବର୍ଷର ଅଧିକାଂଶ ସମୟରେ ଟିକସ ଦେବାରେ ଅନୁଗୋଳ ପ୍ରଥମ ସ୍ଥାନ ଅଧିକାର କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯିବା ସହ ପ୍ରଶଂସା ଗୋଟାଯାଉଛି । କିନ୍ତୁ ଜିଲ୍ଳା କେମିତି ଅନ୍ୟାନ୍ୟ କ୍ଷେତ୍ରରେ ଆଗକୁ ଯିବ ସେ ନେଇ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରୁନାହିଁ । ରୋଜଗାର ଓ ନିଯୁକ୍ତି ଆଶାରେ ଲେଶକେ ସେମାନଙ୍କ ଭାତ ହାଣ୍ଡି ଚାଷ ଜମିକୁ ଶିଳ୍ପ ହାତକୁ ଟେକି ଦେଇଛନ୍ତି । କିନ୍ତୁ ସେହି ଶିଳ୍ପ ହିଁ ସେମାନଙ୍କ ସମସ୍ୟାର କାରଣ ହେଉଛି । ବର୍ଷ ବର୍ଷ ଧରି ଅପେକ୍ଷ ପରେ ବି ଜମିର ଉଚିତ ମୂଲ୍ୟ ମିଳୁନି । ବିସ୍ଥାପିତ କରାଯାଉନି କି ସ୍ଥାନୀୟ ଯୁବକ ଯୁବତୀ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ହକ୍ ଦିଆଯାଉନି । ଏକାକୁ ନେଇ ବିଭିନ୍ନ ସମୟରେ ବିକ୍ଷୋଭ, ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ବିଶେଷ କରି ତାଳଚେରରେ ଏହି ସମସ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଲୋକଙ୍କ ଦିର୍ଘ ଦିନର ଏ କଅତିରିକ୍ତ ଜିଲ୍ଲାପାଳଭ୍କ କାର୍ଯ୍ୟାଳୟ ଦାବି ଏଯାଏ ପୂରଣ ହୋଇପାରୁନାହିଁ । ଜିଲ୍ଲାର ଅନ୍ୟତମ ମୁକ୍ୟ ସମସ୍ୟା ହେଉଛି ପ୍ରଦୂଷଣ । ଏହାର ନିରାକରଣ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାବେଳେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ସରକାରୀ ସ୍ତରରେ ଉପକ୍ଷୋ କରାଯାଉଛି । ଉନ୍ନତ ସ୍ୱାସ୍ଥ୍ୟସେବାର ପଥ ପରିଷ୍କାର ହେଉଥିବା ବେଳେ ଡାକ୍ତର ଅଭାବ ଏ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି । ତେବେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସୁଥିଲେ ବି ଇ-ଲାଇବ୍ରେରୀ ପାଇଁ ସ୍ଥାନ ନିରୂପରଣ ଜାଗାରେ ଅଦ୍ୟାବଧି ପଥର ଖଣ୍ଡେ ବି ପଡ଼ିପାରିନାହିଁ । ତଥାପି ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ସାମାନ୍ୟ ବଢ଼ିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ।