ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ଅନୁଗୋଳ – ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନା ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତୋଳନ କରିଥିଲେ । ପତାକା ଉତୋଳନ ପରେ ଉପସ୍ଥିତ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ସାଧାରଣତନ୍ତ୍ର ଦିବସର ପାଳନ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖି ଦେଶର ସମ୍ବିଧାନ ଏହି ଦିନଠାରୁ କାର୍ଯ୍ୟକାରୀ କରାଯାଇଥିବାରୁ ଏହି ଦିବସଠାରୁ ହିଁ ଦେଶରେ ଗଣତନ୍ତ୍ର ଶାସନର ଆରମ୍ଭ ହୋଇଥିଲା ଓ ସେହି ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆମେ ସାଧାରଣତନ୍ତ୍ର ଦିବସ ଭାବେ ଏହି ଦିନକୁ ପାଳନ କରିଆସୁଛନ୍ତି । ଉକ୍ତ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ବହୁ ବରିଷ୍ଠ ନେତା ତଥା ମହିଳାକଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ଶ୍ରମିକ କଂଗ୍ରେସ ଓ ସେବାଦଳର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ ବୋଲି ମିଡିଆ ସେଲର ଗୋପାଳ ନାଥ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି ।