ଅନୁଗୋଳ ଜିଲ୍ଲା ରେ ବିଶ୍ଵ ଜଳ ଦିବସ ପାଳିତ
ଅନୁଗୋଳ : ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ତଥା ଜରପଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦୁର୍ଗାପୁର ବନ ସୁରକ୍ଷା ସମିତି ସଭାଗୃହଠାରେ ଶୁକ୍ରବାର ଅପରାହ୍ନରେ ଜଙ୍ଗଲ ବିଭାଗ ଏବଂ ପ୍ରକୃତି ପରିବେଶ ଓ ବନ୍ୟ ଜୀବ ସମିତି(ଏନ୍ଇଡବ୍ଲ୍ୟୁଏସ୍) ସଙ୍ଗଠନ ପକ୍ଷରୁ ମିଳିତ ଭାବେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ଏନ୍ଇଡବ୍ଲ୍ୟୁଏସ ସଙ୍ଗଠନ ନିର୍ଦ୍ଦେଶକ ପ୍ରସନ୍ନ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱରେ ଜଳ ସଙ୍କଟ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ବିଶୁଦ୍ଧ ପାନୀୟ ଜଳ ବ୍ୟବହାର ଉପରେ ମଧ୍ୟ ସମସ୍ତେ ସଚେତନ ହେବା ଆବଶ୍ୟକ। ପ୍ରତେକ ସ୍ଥାନରେ ଥିବା ଜଳ ଉତ୍ସ ରକ୍ଷଣାବେକ୍ଷଣ, ପରିଷ୍କାର ପରଚ୍ଛନ ରଖିବା, ଭୂତଳ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଥିବାରୁ ଭୂତଳ ଜଳ ବ୍ୟବହାର ଉପରେ ମଧ୍ୟ ସମସ୍ତ ଜନସାଧାରଣ ଧ୍ୟାନ ଦେବା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସେହିପରି ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା ସହ ଆଗାମୀ ଦିନରେ ସମସ୍ତ ଜଳ ଉତ୍ସଗୁଡିକ ସଫାସୁତୁରା ରଖିବା ପାଇଁ ଅତିଥିମାନେ ଆହ୍ବାନ ଦେଇଥିଲେ।ଏଥିରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ, ଫରେଷ୍ଟ ରେଞ୍ଜ ଅଫିସର ହୃଦାନନ୍ଦ ନାଏକ, ଫରେଷ୍ଟର ଲୋକନାଥ ପ୍ରଧାନ, ଏନ୍ଇଡବ୍ଲ୍ୟୁଏସ୍ ସଂସ୍ଥା ଟିମ୍ ଲିଡର ଅଭୟ କୁମାର ଗାହାଣ, ବନ ସୁରକ୍ଷା ସମିତି ଉପସଭାନେତ୍ରୀ ବିଜୁଳି ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ, ଧ୍ରୁବ ଚରଣ ସାହୁ, ପ୍ରକାଶ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ଶତାଧିକ ମହିଳା ସଦସ୍ୟା, ସଦସ୍ୟ ଉପସ୍ଥିତ ଥିଲେ ।


