ଅନୁଗୋଳ ଜିଲ୍ଳାର ବିଭିନ୍ନ ସ୍ଥାନରେ ବିଜେଡିର ‘ହକ୍‍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ

ଅନୁଗୋ (ଜୁଗାବ୍ଦ ନ୍ୟୁଜ୍‍): ଅନୁଗୋଳ ଜିଲ୍ଳାର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ‘ହକ୍‍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ଥାନା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ବିଜେଡି ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ସୁଜିତ ପ୍ରସାଦ ଦ୍ୱିବେଦୀ, ଜିଲ୍ଳା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ଯୁବ ନଗର ବିଜେଡି ସଭାପତି ବିଶ୍ୱରଞ୍ଜନ ସାହୁ, ଅନୁଗୋଳ ବ୍ଲକ୍‍ ଯୁବ ବିଜେଡି ସଭାପତି ସରୋଜ ସାହୁ, ବଅଁରପାଳ ବ୍ଲକ୍‍ ଯୁବ ବିଜେଡି ସଭାପତି କମଳଲୋଚନ ପ୍ରଧାନ, ପୂର୍ବତନ କାଉନସିଲର ରଣ ମାଣ୍ଡୋଠିଆ, ଭାଗିରଥି ଦେହୁରୀ, ତାପସ ରଞ୍ଜନ ନାୟକ, ମହେନ୍ଦ୍ର ବସ୍ତିଆଙ୍କ ସମେତ ବହୁ କର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା, ନିଯୁକ୍ତିରେ ବିଫଳତା, ମହାନଦୀ ଜଳ ବିବାଦ, ଉଜ୍ଜ୍ୱଳା ଘୋଟଲା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଡିଜିଟାଲ ବ୍ୟାଙ୍କ ସେବାର ବିଫଳତା, ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ, ଗରିବ ଛାତ୍ରଛାତ୍ରୀଙ୍କୁ ବୃତ୍ତି ବନ୍ଦ ଆଦି ବିରୋଧରେ କର୍ମକର୍ତ୍ତା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଯୁବନେତା ମୋହନ ନାଏକ, ମୁକୁ ମୁଖି, ଅବିନାଶ ପରିଡ଼ା, ଭବାନୀ ପ୍ରଧାନ, ଅଜୟ ଗାଆଣ, ଦିଲ୍ଲୀପ ଦାସ, ଅଭିଷେକ ମିଶ୍ର, ମହମ୍ମଦ ସୋନୁ, ଅମୀୟ ଦାସଙ୍କ ସମେତ ଶତାଧିକ ଯୁବକର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ଯୁବନେତା ଅର୍ନବ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବିଜେଡି ପକ୍ଷରୁ ଛେଣ୍ଡିପଦାରେ ଦିନେଶ୍‍ ପ୍ରଧାନ ଓ ଆଠମଲ୍ଲିକଠାରେ ମଧ୍ୟ ‘ହକ୍‍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ