ଅନୁଗୋଳ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନାଙ୍କ ପ୍ରାର୍ଥୀ ପତ୍ର ଦାଖଲ
ଅନୁଗୋଳ : ଅନୁଗୋଳ ଜିଲା ଅନୁଗୋଳ ନିର୍ବାଚନ ମଣ୍ଡଳୀ ପାଇଁ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ମଙ୍ଗଳବାର କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ବିପ୍ଳବ ନିଜର ବିପୁଳ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଉପଜିଲ୍ଲାପାଳ ବାସୁଦେବ ସତପଥି ଙ୍କ କାର୍ଯ୍ୟାଳୟ ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ତାଙ୍କ ସହ ଢେଙ୍କନାଳ କଂଗ୍ରେସ ସଂସାଦ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓ ଯୋଗ ଦେଇଥିଲେ l