ଅନୁଦାନ ପ୍ରାପ୍ତ ୫ଟି ସ୍କୁଲକୁ ସ୍ମାର୍ଟ କ୍ଲାସରୁମ ବିପଦ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଅନୁଦାନ ପ୍ରାପ୍ତ ୫ଟି ସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଏବେ ବିପଦ ପାଲଟିଛି। ରାଜ୍ୟ ସରକାର ଏହି ସ୍କୁଲ ଗୁଡିକ ଚାଲିବା ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ଦେଉ ନଥିବାରୁ କିପରି ସ୍କୁଲ ଗୁଡିକ ଚାଲିବ ସେନେଇ ଆଶଙ୍କା ପ୍ରକାଶ ପାଇଛି। ସରକାର ଗତ ତିନିବର୍ଷ ପୂର୍ବେ ଏହି ସ୍କୁଲ ଗୁଡିକୁ ୫-ଟି ରେ ସାମିଲ କରି ସ୍ମାର୍ଟ ଲ୍ୟାବ, ସ୍ମାର୍ଟ କ୍ଲାସ, ସାଇନ୍ସ ଲ୍ୟାବ, ଇ ଲାଇବ୍ରେରୀ, ପରିମଳ ସୁବିଧା ଯୋଗାଇ ଦେଇଛନ୍ତି। କିନ୍ତୁ ଏସବୁ ବ୍ୟବହାର କରିବା ପାଇଁ ପର୍ଯ୍ୟାପ୍ତ ବିଜୁଳି ବିଲ ର ଆବଶ୍ୟକ ରହିଛି। ଏପରିକି ପ୍ରତି ସ୍କୁଲରେ ଏଥିପାଇଁ ମାସିକ ୪ରୁ୫ହଜାର ଟଙ୍କାର ଆବଶ୍ୟକ ରହିଛି। କିନ୍ତୁ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବା ବେଳେ କିପରି ସେଗୁଡିକ ବ୍ୟବହାର କରାଯିବ ତାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଶଙ୍କା ରେ ଅଛନ୍ତି। ଏପରିକି କେତେକ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ହାତରୁ ବିଦ୍ୟୁତ ବିଲ ପୈଠ କରି ଶିକ୍ଷାଦାନ ଚଳାଇଛନ୍ତି। ରାଜ୍ୟ ସରକାର ସରକାରୀ ସ୍କୁଲ ଗୁଫିକୁ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ ବିଲ ସହିତ ବିଭିନ୍ନ ପ୍ରକାର ସରକାରୀ ଅନୁଦାନ ଯୋଗାଇ ଦେଉଥିବା ବେଳେ ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡିକ ପାଇଁ ଗୋଟିଏ ବି ଅନୁଦାନ ଆସୁନି। ଏ କିପ୍ରକାର ଵିଧି ବ୍ୟବସ୍ଥା ବୋଲି ଅନେକ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରଶ୍ନ କରିଛନ୍ତି। ଅଳ୍ପ ବେତନ ରେ କାର୍ଯ୍ୟ ସମ୍ପାଦନ କରୁଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏହି ବିଦ୍ୟୁତ ବିଲ ଏବେ ବୋଝ ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। କିଛି ସ୍କୁଲର ଶିକ୍ଷକ ମାନେ ଆଉ ବିଦ୍ୟୁତ ବିଲ ଦେଇ ପାରିବେ ନି ବୋଲି କହିଲେଣି। ଯଦି ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଏ ତେବେ କୋମଳମତି ଛାତ୍ରଛାତ୍ରୀ ମାନେ ସ୍ମାର୍ଟ ଶିକ୍ଷାଦାନରୁ ବଞ୍ଚିତ ହେବା ଆଶଙ୍କା ଦେଖା ଦେଇଛି। ଏଣୁ ସରକାର ଏହି ଅନୁଦାନ ପ୍ରାପ୍ତ ସ୍କୁଲ ଗୁଡିକୁ ତୁରନ୍ତ ବିଦ୍ୟୁତ ବିଲ ସହିତ ଏହି ପ୍ରକଳ୍ପ ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ