ଅନୁପମ ଭାରତର ୨୩ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ଦୈନିକ ଖବରକାଗଜ ଅନୁପମ ଭାରତର ୨୩ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ରବିନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଠାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ହୟଗ୍ରୀବ ତ୍ରିପାଠୀ ମୁଖ୍ୟ ଅତିଥି ଥିବାବେଳେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିବାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୁରେଶ ଚନ୍ଦ୍ର ପଣ୍ଡା, ପ୍ରସନ୍ନ ପଣ୍ଡା, ଏଲ.ସୁଦାମ ଦାସ, ସଞ୍ଜୀବ ପଟ୍ଟନାୟକ, ରାଘବ ଦାସ, ହରୀଶ ବେହେରା, ଏ.ରାଜା ରାଓ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ