ଅନୁପ୍ରବେଶ: ଆସାମ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ(ଏଜେନ୍ସି): ଅନୁପ୍ରବେଶ ଏବଂ ଦେଶାନ୍ତରଣ ପ୍ରସଙ୍ଗରେ ଆସାମ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛନ୍ତି ସୁପ୍ରିମ୍କୋର୍ଟ । ସର୍ବୋଚ୍ଚ କୋର୍ଟ କହିଛନ୍ତି, ଏହି ରାଜ୍ୟ ବେଆଇନ ଅନୁପ୍ରବେଶ ପରି ଗୁରୁତର ପ୍ରସଙ୍ଗକୁ ହାଲ୍କା ଭାବେ ନେଉଛି । ବହୁତ ହେଇଗଲା, ଏହି ପ୍ରସଙ୍ଗ ଏକ ମଜାରେ ପରିଣତ ହୋଇଯାଇଛି । ଶୁଣାଣି ସମୟରେ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ, ବିଦେଶୀମାନେ କୁଆଡ଼େ ଗଲେ? ଫରେନର୍ ଟ୍ରିବ୍ୟୁନାଲ କାମ କରୁଛି କି ନାହିଁ? ରାଜ୍ୟର ଆଇନ ବ୍ୟବସ୍ଥା ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ କାମ କରୁଛି । ସୁପ୍ରିମ୍କୋର୍ଟ ଆସାମ ସରକାରଙ୍କୁ ରିପୋର୍ଟ ଦାଖଲ ପାଇଁ ମେ’ ମାସ ୨୭ ତାରିଖ ଯାଏ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବି•ରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ କହିଥିଲେ, ଏହି ପ୍ରସଙ୍ଗରେ ଆପଣଙ୍କୁ ତଥ୍ୟ ଦେବାପାଇଁ କେହି ଅଧିକାରୀ ଉପସ୍ଥିତ ନରହିବାରୁ ସ୍ପଷ୍ଟ ଆସାମ ସରକାର ଏହି ପ୍ରସଙ୍ଗକୁ କେତେ ଗୁରୁତର ସହିତ ବି•ର କରୁଛନ୍ତି । ଶୁଣାଣି ସମୟରେ ଉପସ୍ଥିତ ଅଧିକାରୀ ଆସାମର ଡିଟେନ୍ସନ୍ ସେଣ୍ଟରରେ ସତ୍ୟପାଠ ଦାଖଲ କରନ୍ତି । ୨ଠଠ୫ରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ମନେପକାଇ କହିଥିଲେ, ୨ଠଠ୫ରେ ଦିଆଯାଇଥିବା ରାୟରେ ସ୍ପଷ୍ଟ କୁହାଯାଇଥିଲା, ବାହ୍ୟ ଉଗ୍ରବାଦ କାରଣରୁ ଆସାମରେ ସମସ୍ୟା ବଢ଼ିବାରେ ଲାଗିଛି । ଆମେ ଜାଣିବାକୁ ଚାହୁଁଛୁ, ଏହି ସମୟରେ ବାହ୍ୟ ଉଗ୍ରବାଦର ମୁକାବିଲା ପାଇଁ ଉଭୟ ଆସାମ ସରକାର ଓ ଭାରତ ସରକାର କ’ଣ ପଦକ୍ଷେପ ନେଇଛନ୍ତି । କୋର୍ଟ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଟ୍ରିବ୍ୟୁନାଲ୍ କେତେଜଣଙ୍କୁ ବିଦେଶୀ ଘୋଷଣା କରିଛି, ଡିଟେନ୍ସନ୍ ସେଣ୍ଟରରେ କେତେଜଣଙ୍କୁ ଡିଟେନ୍ସନ୍ କରାଯାଇଛି ଏବଂ କେତେଜଣଙ୍କୁ ତାଙ୍କ ଦେଶକୁ ପଠାଯାଇଛି ଆସାମ ସରକାର ତାହା ଜଣାଇବାକୁ ହେବ ।


