ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କଲେ ପତ୍ନୀ ବର୍ଷା
ଭୁବନେଶ୍ୱର,(ୱାଇଏନ୍ଏସ୍): ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ,ଏନେଇ ଏକ ମାମଲା ରୁଜୁ ହୋଇଛି ୭ ତାରିଖରେ | ମକଦ୍ଦମାରେ ବର୍ଷା ପ୍ରିୟଦର୍ଶନୀ ନିଜ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ଜଣେ ମଦ୍ୟପ ଏବଂ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି | ଏହା ସହ ବର୍ଷା କହିଛନ୍ତି ତାଙ୍କ ଉପସ୍ତିତିରେ ଅନୁଭବ ମହାନ୍ତି ନିଜ ବନ୍ଧୁ ମାନଙ୍କ ସହ ତାଙ୍କ ଶୟନ କକ୍ଷରେ ମଦ୍ୟପାନ କରିଥାନ୍ତି | ଏହାକୁ ନେଇ ବର୍ଷା ଅଭିଯୋଗ କରିବାରୁ ଅନୁଭବ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ବହୁତ ଥର ଘରୁ ଧକ୍କା ମାରି ବାହାର କରିଦେଇଛନ୍ତି | ଏହା ଛଡା ବର୍ଷାଙ୍କ କହିବାନୁସାରେ ସିନେମା ଜଗତର ବୋହୁ ଅଭିନେତ୍ରୀଙ୍କ ସହ ଅନୁଭବଙ୍କର ଖରାପ ସମ୍ପର୍କ ରହିଛି | ନିଜ ଅଭିଯୋଗ ପତ୍ରରେ ବର୍ଷା ଅନୁଭବଙ୍କ ନିକଟରୁ କ୍ଷତି ପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟରେ ଚିକିତ୍ସା ଓ ରୋଜଗାର ହରାଇବାରୁ କ୍ଷତି ପୂରଣ ବାବଦକୁ ୨ କୋଟି ଟଙ୍କା ଦାବି କରିଛନ୍ତି |


