ଅନୁଷ୍ଠାନପ୍ରେମୀଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ରବିବାର ବନ୍ତ ବ୍ଳକ ଗଣିଜାଙ୍ଗ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ଅନୁଷ୍ଠାନପ୍ରେମୀ ସ୍ୱର୍ଗତ ରବିନ୍ଦ୍ର ଘିଆଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଇନଜୀବି ଅଣାକର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଞ୍ଚ ରଞ୍ଜନ କୁମାର ସାହୁ, ବ୍ଳକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ସମାଜସେବୀ ଜାର ମହାପାତ୍ର, ପ୍ରତାପ ରାଉତ ସ୍ମୃତି ପରିଷଦର ସଂପାଦକ ସ୍ୱାଧିନ ରାଉତ, ନିରଞ୍ଜନ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ରବିନ୍ଦ୍ର ବାବୁ ଜଣେ ପରୋପକାରୀ, ଅନୁଷ୍ଠାନପ୍ରେମୀ ବ୍ୟକ୍ତି ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଘିଆଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା ।